କେରଳ ରାଜ୍ୟପାଳଙ୍କ ସୁରକ୍ଷାରେ ତ୍ରୁଟି

0

କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କ ସୁରକ୍ଷାରେ ଗୁରୁତର ତ୍ରୁଟି। ଉତ୍ତର ପ୍ରଦେଶରେ ତାଙ୍କ ସୁରକ୍ଷାରେ ତ୍ରୁଟି ହୋଇଛି। ସେ ନୋଏଡାରେ ଗୋଟିଏ କାର୍ଯ୍ୟକ୍ରମ ସାରି ଦିଲ୍ଲୀ ଫେରୁଥିବା ବେଳେ ତାଙ୍କ କନଭୟ ଉପରେ ମାଡ଼ି ଯାଇଛି ଗୋଟିଏ ଦ୍ରୁତଗାମୀ କାର୍‌। ଶୁକ୍ରବାର ରାତିରେ ଏପରି ଘଟଣା ଘଟିଥିବା ବେଳେ ରାଜ୍ୟପାଳଙ୍କ ସୁରକ୍ଷାରେ ତ୍ରୁଟିକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

‌ଉତ୍ତର ପ୍ରଦେଶ ପୁଲିସ୍‌ ଘଟଣାରେ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଗୋଟିଏ ଏଫଆଇଆର ରୁଜୁ କରିଛି। ଗିରଫ ଦୁଇ ବ୍ୟକ୍ତି ଅତ୍ୟନ୍ତ ନିଶାସକ୍ତ ଅବସ୍ଥାରେ ରହିଥିଲେ। ଏମାନେ ଗୋଟିଏ କଳା ରଙ୍ଗର ସ୍କପ୍ରିଓ ଚଳାଉଥିଲେ।

ରାଜ୍ୟପାଳଙ୍କ କନଭୟ ରାସ୍ତାରେ ଯାଉଥିଲା ବେଳେ ହଠାତ ଦ୍ରୁତଗାମୀ ସ୍କପ୍ରିଓଟି ପହଞ୍ଚିଥିଲା। କେହି କିଛି ବୁଝିବା ଆଗରୁ ଗାଡ଼ିଟି ସିଧା କନଭୟକୁ ଧକ୍କା ଦେଇଥିଲା। ଦୁଇ ଥର ଗାଡ଼ିଟି କନଭୟ ଉପରେ ମାଡ଼ି ଯିବା ପରେ ଓଲଟି ପଡ଼ିଥିଲା।

ଶେଷରେ ପୁଲିସ୍‌ ଗାଡ଼ିରେ ଥିବା ଗୌରବ ସୋଲାଙ୍କି ଓ ମୋନୁ କୁମାରକୁ ଗିରଫ କରିଛି। ଉଭୟଙ୍କ ଘର ଗାଜିଆବାଦରେ। ଏହି ଘଟଣା ପଛରେ କିଛି ଷଡ଼ଯନ୍ତ୍ର ଅଛି କି ନାହିଁ, ତା’ର ତଦନ୍ତ ପୁଲିସ୍‌କରୁଛି।

 

Leave A Reply

Your email address will not be published.