ସଂସଦରେ ସୁରକ୍ଷାରେ ତ୍ରୁଟି: ୮ କର୍ମଚାରୀ ନିଲମ୍ବିତ

0

ନୂଆଦିଲ୍ଲୀ (ଆମ ଟିଭି): ସଂସଦରେ ସୁରକ୍ଷା ଭଙ୍ଗ ପ୍ରସଙ୍ଗକୁ ନେଇ  ରାଜନୀତି ସର ଗରମ ହେବାରେ ଲାଗିଛି । ସଂସଦ ଭବନରେ ସୁରକ୍ଷା ଭଙ୍ଗ ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଘଟଣାକୁ ନେଇ ସଂସଦର ସୁରକ୍ଷା ଦାୟିତ୍ବରେ ନିୟୋଜିତ ୮ ଜଣ କର୍ମଚାରୀଙ୍କୁ ଲୋକସଭା ସଚିବାଳୟ ନିଲମ୍ବନ କରିଛି। ସୂଚନା ଅନୁଯାୟୀ, ଏହି ସମସ୍ତ କର୍ମଚାରୀ ଲୋକସଭାର ସୁରକ୍ଷାରେ ତ୍ରୁଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ଏଠାରେ ସୂଚନାଯୋଗ୍ୟ, ଘଟଣା ପରେ ଗୃହ ମନ୍ତ୍ରଣାଳୟ ମଧ୍ୟ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ପୁଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ବର୍ତ୍ତମାନ ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ପଚରାଉଚରା କରୁଥିବା ଜଣାଯାଇଛି।

Leave A Reply

Your email address will not be published.