ନୂଆଦିଲ୍ଲୀ (ଆମ ଟିଭି): ନିବେଶକଙ୍କ ଟଙ୍କା ଫେରସ୍ତରେ ବିଳମ୍ବ ହେତୁ ସାହାରା ଗ୍ରୁପକୁ ସୁପ୍ରିମକୋର୍ଟ କଡ଼ା ତାଗିଦ କରିଛନ୍ତି। ଗ୍ରୁପ ଏହାର ସମ୍ପତ୍ତି ବିକ୍ରୟ କରି ନିବେଶକଙ୍କୁ ସେମାନଙ୍କ ଟଙ୍କା ଫେରସ୍ତ କରିବା ଉଚିତ ବୋଲି ସୁପ୍ରିମକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। SEBI-ସାହାରା ଫେରସ୍ତ ଆକାଉଣ୍ଟରେ ପ୍ରାୟ ୧୦,୦୦୦ କୋଟି ଟଙ୍କା ଜମା ସମ୍ପର୍କରେ କୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି।
ନିବେଶକଙ୍କ ଟଙ୍କା ଫେରସ୍ତ ପ୍ରକ୍ରିୟାକୁ ବିଳମ୍ବ ନ କରିବାକୁ ଏବଂ ତୁରନ୍ତ ପଦକ୍ଷେପ ନେବାକୁ ସୁପ୍ରିମକୋର୍ଟ କହିଛନ୍ତି। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ସାହାରା ଗ୍ରୁପ ଏହାର ବିଭିନ୍ନ ସମ୍ପତ୍ତି ବିକ୍ରୟ କରି ନିବେଶକଙ୍କ ଟଙ୍କା ଫେରସ୍ତକୁ ନିଶ୍ଚିତ କରିପାରିବ। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ସାହାରା ଗ୍ରୁପ ଏହାର ବିଭିନ୍ନ ସମ୍ପତ୍ତି ବିକ୍ରୟ କରି ନିବେଶକଙ୍କ ଟଙ୍କା ଫେରସ୍ତ କରିପାରିବ।
ପ୍ରାୟ ତିନି କୋଟି ନିବେଶକ ସେମାନଙ୍କ ରୋଜଗାରକୁ ସାହାରା ଗ୍ରୁପର ଚାରୋଟି କୋଅପରେଟିଭ ସୋସାଇଟିଜରେ ଜମା କରିଥିଲେ। ଏହି ନିବେଶକଙ୍କ ମଧ୍ୟରୁ ସର୍ବାଧିକ ବିହାର, ଝାଡଖଣ୍ଡ, ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶରୁ ଅଛନ୍ତି। ଏହି ଲୋକମାନେ ବିଭିନ୍ନ ଯୋଜନାରେ ବିନିଯୋଗ କରିଥିଲେ। ସେମାନଙ୍କ ଅବଧି ସମାପ୍ତ ହେବା ସତ୍ତ୍ବେ ସେମାନେ ଟଙ୍କା ଫେରସ୍ତ ପାଇନାହାଁନ୍ତି।