ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟା
ଭୁବନେଶ୍ୱର(ଆମ ଟିଭି): ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟା । ପାରିବାରିକ କଳହରୁ ଭୁବନେଶ୍ୱର ପ୍ରାଚୀ ବିହାର ସ୍ଥିତ ନିଜ ଘରେ ରାଇମୋହନ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ତେବେ ପୋଲିସ ପହଞ୍ଚି ରାଇମୋହନଙ୍କ ଝୁଅନ୍ତା ମୃତଦେହ ଉଦ୍ଧାର କରିଛି ।

ଓଡ଼ିଆ ସିନେମା ଓ ଯାତ୍ରା ଜଗତର ବେତାଜବାଦସା ରାଇମୋହନ ପରିଡା ୧୯୬୩ ମସିହାରେ କେଉଁଝରର ଉଦୟପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ରାଇମୋହନ । ସେ ଚାରି ଝିଅ ରେ ଗୋଟିଏ ପୁଅ ଥିଲେ । ଓଡିଆ ଫିଲ୍ମ ପକା କମ୍ବଳ ପୋତ ଛତାରୁ ସେ ନିଜର ଅଭିନୟ କ୍ୟାରୟର ଆରମ୍ଭ କରିଥିଲେ । ଏହା ପରେ ୧୯୯୨ ମସିହାରେ ସାଗର ଭୂମିକାରେ ଅଭିନୟ କରିଥିଲେ । ଏହିପରି ୧୦୦ ରୁ ଉର୍ଦ୍ଧ ଓଡିଆ ଫିଲ୍ମ ରେ ଅଭିନୟ କରିଛନ୍ତି ରାଇମୋହନ।