ଦୁଇଟି ନିର୍ବାଚନୀ ମଣ୍ଡଳୀରେ ନାଁ ରହିଛି ଅୱେସିଙ୍କ
ହାଇଦ୍ରାବାଦ : କଂଗ୍ରେସ ଶୁକ୍ରବାର ଅଭିଯୋଗ କରିଛି ଯେ ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଅୱେସିଙ୍କ ନାମ ହାଇଦ୍ରାବାଦର ଦୁଇଟି ନିର୍ବାଚନମଣ୍ଡଳୀରେ ଭୋଟର ତାଲିକାରେ ଅଛି। ତେଲେଙ୍ଗାନା କଂଗ୍ରେସ ଉପାଧ୍ୟକ୍ଷ ଜି ନିରଞ୍ଜନ ନିର୍ବାଚନ କମିସନକୁ ଏକ ଚିଠି ଲେଖି ଅଭିଯୋଗ କରିଛି ଯେ, ହାଇଦ୍ରାବାଦର ରାଜେନ୍ଦ୍ରନଗର ଓ ଖୈରାତାବାଦ ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟର ତାଲିକାରେ ଅୱେସିଙ୍କ ନାମ ରହିଛି।
ଏହା ଅୱେସିଙ୍କ ପରି ଜଣେ ଲୋକସଭା ସାଂସଦ ତଥା ଚୂଡ଼ାନ୍ତ ନିର୍ବାଚନ ତାଲିକା ପ୍ରକାଶ କରୁଥିବା ନିର୍ବାଚନ ଆୟୋଗର ଦାୟିତ୍ବହୀନତା ବୋଲି ସେ କହିଛନ୍ତି। ନିର୍ବାଚନ କମିସନ ତୁରନ୍ତ ଏ ନେଇ ଏଆଇଏମ୍ଆଇଏମ୍ ମୁଖ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।