ଥିରୁଭନନ୍ତପୁରମ (ଆମ ଟିଭି): ପରଲୋକରେ କେରଳର ବରିଷ୍ଠ କଂଗ୍ରେସ ନେତା ଆର୍ୟ୍ୟଦନ ମହମ୍ମଦ । କେରଳର କୋଝିକୋଡ଼େ ଠାରେ ୮୭ ବର୍ଷରେ ଶେଷ ନିସ୍ୱାସ ତ୍ୟାଗ କରିଛନ୍ତି । ସେ ଅସୁସ୍ଥ ଥିବାରୁ ଗତ ସପ୍ତାହରେ କେରଳର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ହେଲେ ଆଜି ତାଙ୍କର ପରଲୋକ ହୋଇଛି। ସୋମବାର ସକାଳ ୯ଟା ବେଳେ ତାଙ୍କର ଅନ୍ତିମସଂସ୍କାର ହେବ।
ସେ ପ୍ରଥମେ ୧୯୭୭ ମସିହାରେ ନିଳାମ୍ବୁର ନିର୍ବାଚନ ମଣ୍ଡଳିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ ହୋଇଯାଇଥିଲା। ୧୯୮୭ରୁ ୨୦୧୧ ପର୍ୟ୍ୟନ୍ତ ସେ ନୀଳାମ୍ବୁର ନିୟମିତ ଭାବେ ନିର୍ବାଚନ ଜିତି ଆସୁଥିଲେ। ଦୀର୍ଘ ରାଜନୈତିକ ଯାତ୍ରାରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଛନ୍ତି। ୧୯୮୦ ବେଳେ ସେ ବାମ ଦଳ ଗ୍ରୁପ୍ ‘ଏ’ରେ ଥିବା ବେଳେ ଇକେ ନାୟରଙ୍କ କ୍ୟାବିନେଟ୍ରେ ଥିଲେ। ସେହିପରି ଏକେ ଆଣ୍ଟୋନି ଓ ଓମାନ ଚାଣ୍ଡିଙ୍କ କ୍ୟାବିନେଟ୍ରେ ମନ୍ତ୍ରୀପଦଭାର ସମ୍ଭାଳି ସମ୍ଭାଳିଥିଲେ। ଆଜି ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ମହମ୍ମଦଙ୍କ ମୃତ୍ୟୁ ତାଙ୍କର ବ୍ୟକ୍ତିଗତ କ୍ଷତି ବୋଲି କହି ରାହୁଲ ଟ୍ୱିଟ୍ କରିଛନ୍ତି।