ଅର୍ଚ୍ଚନା ନାଗ ମାମଲାରେ ମୁହଁ ଖୋଲି ବରିଷ୍ଠ ନେତା ବିଜୟ ମହାପାତ୍ର

0

କଟକ: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ତଦନ୍ତକୁ ନେଇ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ଏ ପର୍ଯ୍ୟନ୍ତ ଇଡିର ତଦନ୍ତ ଠିକ ଚାଲିଛି। ଆଗକୁ ତଦନ୍ତ ଠିକ ହେବ ବୋଲି ଆଶା କରାଯାଉଛି। ଦେଖନ୍ତୁ ଆଗକୁ କଣ ହେଉଛି। ରାଜ୍ୟ ପୁଲିସ ଏହି ଘଟଣାରେ ସଠିକ ତଦନ୍ତ କରି ନ ଥିଲା ବୋଲି ଏବେ ସ୍ପଷ୍ଟ ହେଉଛି । ଯେତେ ଲୋକ କଳା ଟଙ୍କା ରଖିଛନ୍ତି ସବୁ ଇଡି ଫାସରେ ଛନ୍ଦି ହେବେ। ଦେଖ ଆଗକୁ କଣ ହେଉଛି।

ସୂଚନାଯୋଗ୍ୟ, ଅର୍ଚ୍ଚନା ନାଗ, ତାଙ୍କର ସ୍ବାମୀ ଜଗବନ୍ଧୁ ଚାନ୍ଦ, ଖଗେଶ୍ବର ପାତ୍ର ଗିରଫ ହୋଇ ଜେଲରେ ଅଛନ୍ତି। ଏହାରି ମଧ୍ୟରେ ଇଡି ଖଗେଶ୍ବର ପାତ୍ର, ମାମଲାକୁ ପଦାକୁ ଆଣିଥିବା ଯୁବତୀ ଶ୍ରଦ୍ଧାଞ୍ଜଳି ବେହେରା ଓ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଦୀର୍ଘ ସମୟ ଧରି ଜେରା କରିଛି। ସେହିପରି ଇଡିର ଅଧିକାରୀମାନେ ଢେଙ୍କାନାଳ ବିଧାୟକ ସୁଧୀର ସାମଲଙ୍କ ଭାଇ ଗଙ୍ଗାଧର ସାମଲଙ୍କୁ ମଧ୍ୟ ପଚରାଉଚରା କରିଛନ୍ତି। ଏମାନଙ୍କୁ ପଚରାଉଚରା କରିବା ପରେ ଇଡିକୁ ଅନେକ ତଥ୍ୟ ହାସଲ ହୋଇଛି, ଯାହାକି ଆଗାମୀ ଦିନରେ କାର୍ଯ୍ୟାନୁଷ୍ଠାନ ନେବାରେ ସହାୟକ ହେବ।

Leave A Reply

Your email address will not be published.