ଆଜିଠାରୁ ସମ୍ବଲପୁରରେ କୌଶଳ ମହୋତ୍ସବ

0

ସମ୍ବଲପୁର (ଆମ ଟିଭି): ଆଜିଠାରୁ ସମ୍ବଲପୁରରେ ଆୟୋଜିତ ହେଉଛି କୌଶଳ ମହୋତ୍ସବ । ବହୁମୁଖୀ ଆଭିମୁଖ୍ୟ ସହିତ ସମ୍ବଲପୁରର ପ୍ରତିଭାବାନ ଯୁବକମାନଙ୍କୁ ବିଭିନ୍ନ ସେକ୍ଟରରେ ଚାକିରି ସୁଯୋଗ ଉପରେ ଧ୍ୟାନ ଦେବା ମହୋତ୍ସବର ଉଦ୍ଦେଶ୍ୟ । କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଉଦ୍ଘାଟନ କରିବାର କାର୍ୟ୍ୟକ୍ରମ ରହିଛି । ଚାକିରି ଅନ୍ୱେଷଣରେ ଥିବା ଯୁବବର୍ଗ ଏବଂ ନିଯୁକ୍ତିଦାତାଙ୍କୁ ଗୋଟିଏ ପ୍ଲାଟ୍ଫର୍ମରେ ଆଣିବା ପାଇଁ କୌଶଳ ମହୋତ୍ସବର ଯୋଜନା । ସେମାନଙ୍କୁ ନିଯୁକ୍ତି ଏବଂ ଆପ୍ରେଣ୍ଟିସିପ୍ ସୁଯୋଗ ଯୋଗାଇ ଶିଳ୍ପାନୁଷ୍ଠାନ ମାଧ୍ୟମରେ କୁଶଳୀ ପ୍ରତିଭାର କ୍ରମାଗତ ଚାହିଦା ପୂରଣ କରିବ; ଯାହା ସେମାନଙ୍କୁ ବିକଶିତ ଭବିଷ୍ୟତ ପାଇଁ ପ୍ରସ୍ତୁତ କରୁଛି । କୌଶଳ ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଯୁବବର୍ଗଙ୍କୁ ଦକ୍ଷତା ବିକାଶ ଜ୍ଞାନ ଏବଂ ବୈଷୟିକ ଜ୍ଞାନ ଦେବା; ଯାହା ସେମାନଙ୍କୁ ତୃଣମୂଳ ସ୍ତରରେ ବିକଶିତ କରାଇବା ସହ ରାଜ୍ୟର ଅଭିବୃଦ୍ଧି ତଥା ବିକାଶରେ ସକ୍ଷମ କରାଇବ ।

ଏହି ନିଯୁକ୍ତି ଅଭିଯାନରେ ପଞ୍ଜିକୃତ ନର୍ସ, ଛାତ୍ରଛାତ୍ର, ଶିକ୍ଷୟିତ୍ରୀ, ଯତ୍ନ ପ୍ରଦାନକାରୀ, ଜେନେରାଲ ଡ୍ୟୁଟି ଆସିଷ୍ଟାଣ୍ଟ, ଆସେମ୍ବଲ ଲାଇନ୍ ଅପରେଟର, ସେଲ୍ସ ଏକଜିକ୍ୟୁଟିଭ୍ ଭଳି ବିଭିନ୍ନ ପଦବୀରେ ଚାକିରି ପ୍ରଦାନ କରୁଥିବା ୫୦ରୁ ଅଧିକ ନିଯୁକ୍ତିଦାତା ଅଂଶଗ୍ରହଣ କରିବେ । ଏଥିରେ ସାହି ଏକ୍ସପୋର୍ଟ, ଏଲ୍ ଆଣ୍ଡଟି ଫାଇନାନ୍ସ, ରିଲାଏନ୍ସ ଜିଓ, ବେକ୍ ଆଣ୍ଡ ପୋଲିଟ୍ଜର, ସୂର୍ୟ୍ୟୋଦୟ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ ଏବଂ ହେଲ୍ଥ କେୟାର ଆଟ୍ ହୋମ୍ ଭଳି ସଂସ୍ଥା ଯୋଗଦେବେ । କୌଶଳ ମହୋତ୍ସବ ଆୟୋଜନ ଅବସରରେ ଏନଏସଡିସିର ସିଇଓ ତଥା ଏନଏସଡିସି ଇଣ୍ଟରନ୍ୟାସନାଲର ଏମ୍‌ଡି ବେଦମଣି ତିୱାରୀ ନିଯୁକ୍ତିଦାତାଙ୍କ ଅବଦାନ ଉପରେ ଆଲୋଚନା କରିଛନ୍ତି ।

Leave A Reply

Your email address will not be published.