ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଗଲେ ଶାହା

0

ଦେଶର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଅଳ୍ପକେ ଗୋଟିଏ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ସେ ବସିଥିବା ହେଲିକପ୍ଟର ଟେକଅପ ବେଳେ ହଠାତ୍‌ ନିୟନ୍ତ୍ରଣ ହରାଇଥିଲା। ବିହାରର ବେଗୁସରାରୁ ସେ ଉଡ଼ାଣ ଭରିବା ବେଳେ ଏପରି ଘଟଣା ଘଟିଥିଲେ।

କିନ୍ତୁ କୌଣସି ବଡ଼ ଅଘଟଣ ଘଟିବା ପୂର୍ବରୁ ଶାହଙ୍କ ହେଲିକପ୍ଟରର ପାଇଲଟ ସ୍ଥିତିକୁ ସମ୍ଭାଳି ନେଇଥିଲେ। ଏହାପରେ ହେଲିକପ୍ଟରଟି ବେଶ ସ୍ୱାଭାବିକ ଢଙ୍ଗରେ ଉଡ଼ାଣ ଭରିଥିଲା।

ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଅମିତ ଶାହ ବସିଥିବା ହେଲିକପ୍ଟରଟି ବେଗୁସରାଇର ଅସ୍ଥାୟୀ ହେଲିପ୍ୟାଡରୁ ଉଡ଼ାଣ ଭରିବା ଆରମ୍ଭ କରିଥିଲା। କିନ୍ତୁ ଟେକଅପ ବେଳେ ଏହା ନିୟନ୍ତ୍ରଣ ହରାଇଥିଲା। ହେଲିକପ୍ଟରଟି ନିୟନ୍ତ୍ରଣ ହରାଇ ଡାହାଣ ପଟକୁ ଚାଲି ଯାଇଥିଲା। ଏଥିସହ ଏହାର ଆଗ ପଟ ମଧ୍ୟ ତଳେ ପିଟି ହେବା ସ୍ଥିତିକୁ ଚାଲି ଆସିଥିଲା। କିଛି ସେକେଣ୍ଡ ଧରି ହେଲିକପ୍ଟରଟି ନିୟନ୍ତ୍ରଣ ବାହାରେ ଉଡ଼ିଥିଲେ ମଧ୍ୟ ପାଇଲଟ ଜଣଙ୍କ କୌଣସି ଅଘଟଣ ପୂର୍ବରୁ ଏହାକୁ ସମ୍ଭାଳି ନେଇଥିଲେ। ଏହାପରେ ସେ ହେଲିକପ୍ଟରକୁ ଠିକଣା ମାର୍ଗରେ ଉଡ଼ାଇ ନେଇଥିଲେ।

Leave A Reply

Your email address will not be published.