ଆଉ ନାହାନ୍ତି ମହାଭାରତର ଶକୁନି

0

ନୂଆଦିଲ୍ଲୀ(ଆମ ଟିଭି): ଆଉ ନାହାନ୍ତି ମହାଭାରତର ଶକୁନି । ଶକୁନି ଭୂମିକାରେ ଅଭିନୟ କରିଥିବା ଗୁଫି ପେଣ୍ଟାଲଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ଅସୁସ୍ଥତା କାରଣରୁ ସେ ବହୁ ଦିନଧରି ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ତାଙ୍କ ଜନ୍ମ ୪ ଅକ୍ଟୋବର ୧୯୪୪ରେ ହୋଇଥିଲା । ଗୁଫି ଲୋକପ୍ରିୟ ଟିଭି ଶୋ’ ମହାଭାରତରେ ‘ଶକୁନି’ ଚରିତ୍ରରେ ଅଭିନୟ କରିଥିଲେ । ଏହି ଚରିତ୍ର ଦର୍ଶକଙ୍କୁ ବହୁ ପସନ୍ଦ ଆସିଥିଲା । ଏହି ଚରିତ୍ର ପାଇଁ ଲୋକ ତାଙ୍କୁ ସାରା ଜୀବନ ମନେ ରଖିବେ ।

ଅଭିନୟ କରିବା ପୂର୍ବରୁ ସେ ସେନାରେ ଥିଲେ । ତାଙ୍କ ଭାଇ ଅମରଜୀତ ପଟେଲ ବଲିଉଡରେ ଥିବାରୁ ସେ ମୁମ୍ବାଇ ଆସି ଅଭିନୟ ଦୁନିଆରେ ପାଦ ଥାପିଥିଲେ । ମହାଭାରତ ସମେତ ସେ ଅନ୍ୟ ଟିଭି ଶୋ’ ‘ଆକବର ବିରବଲ’, ‘ସିଆଇଡି’, ’ରାଧା କ୍ରୀଷ୍ଣା’ ଇତ୍ୟାଦି ସିରିଏଲରେ ନଜର ଆସିଥିଲେ ।

Leave A Reply

Your email address will not be published.