ରମଜାନରେ ଜୁସ୍ ପିଇ ବିବାଦରେ ସାମି, ମୌଲାନା ଦେଲେ ଅପରାଧୀର ଆଖ୍ୟା..

0

ଚାମ୍ପିଅନ ଟ୍ରଫି ସେମିଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଭାରତୀୟ କ୍ରିକେଟର ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ଏକ ଫଟୋକୁ ନେଇ ଏବେ ଇଣ୍ଟରନେଟରେ ହଇଚଇ ସୃଷ୍ଟି ହୋଇଛି । ୪ ତାରିଖ ମୁସଲମାନଙ୍କ ପର୍ବ ରମଜାନ ଥିବା ବେଳେ ଖେଳିବାକୁ ପଡିଆକୁ ଓହ୍ଲାଇଥିଲା ଟିମ ଇଣ୍ଡିଆ । ମ୍ୟାଚରେ ସାମି ୧୦ ଓଭର ବୋଲିଂ କରି ୪୮ ରନ ଦେବା ସହ ୫ ୱିକେଟ ନେଇଥିଲେ । କିନ୍ତୁ ପଡିଆରେ ସାମିଙ୍କୁ ଏନର୍ଜୀ ଜୁସ୍ ପିଇବାର ଦେଖିବାକୁ ମିଳିଥିଲା । ରୋଜା ଦିନ ମୁସଲମାନ ଧର୍ମରେ ଉପବାସ କରିବା ସହ ପାଣି ନପିଇବାର ନିୟମ ରହିଛି । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅଲ ଇଣ୍ଡିଆ ମୁସଲିମ ଜମାତର ଜାତୀୟ ସଭାପତି ମୌଲନା ସାହାବୁଦ୍ଦୀନ ରାଜଭୀ । ସାମିଙ୍କୁ ଅପରାଧିର ଆଖା ଦେଇଛନ୍ତି । କିନ୍ତୁ ସାମିଙ୍କ ପସକ୍ଷରେ ବାହାରିଛନ୍ତି ମୌଲନା ରସିଦ ଫରାଙ୍ଗୀ ମାହାଲି ।

ରମଜାନରେ ଉପାସ ନରହିବାକୁ ନେଇ ସାମିଙ୍କୁ ମୁସଲିମ ବ୍ୟକ୍ତିମାନେ କଡା ସମାଲୋଚନା କରିଥିବା ବେଳେ ସମର୍ଥନରେ ବାହାରିଛନ୍ତି ସମ୍ପର୍କୀୟ । ସାମିଙ୍କ ସମ୍ପର୍କୀୟ ମମତାଜ କହିଛନ୍ତି, ସେ ଦେଶ ପାଇଁ ଖେଳୁଛନ୍ତି । ବହୁତ ପାକିସ୍ତାନୀ ଖେଳାଳି ରୋଜା ନରଖିବା ସହ ମ୍ୟାଚ ଖେଳୁଛନ୍ତି। ଏଥିରେ କୌଣସି ନୂଆ ନାହିଁ । ସାମିଙ୍କୁ ନେଇ ଏଭଳି ପ୍ରଶ୍ନ ଉଠାଇବାକୁ ନିନ୍ଦା କରିଛନ୍ତି । ସାମିଙ୍କୁ ଏଭଳି ବିଭ୍ରାନ୍ତିକର ତଥ୍ୟ ଉପରେ ଗୁରୁତ୍ବ ନଦେଇ ଫାଇନାଲ ପାଇଁ ପ୍ରସ୍ତୁତ ହେବାକୁ କହିଛନ୍ତି । ସାମିଙ୍କ ପିଲା ବେଳର କୋଚ ମଧ୍ୟ ତାଙ୍କ ସମ୍ପର୍କୀୟଙ୍କ ଭଳି ୯ ରେ ହେବାକୁ ଥିବା ଫାଇନାଲ ମ୍ୟାଚ ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଛନ୍ତି । ଦୁବାଇ ଭଳି ସହରରେ ସୂର୍ଯ୍ୟର ପ୍ରକୋପ ଅଧିକ ଥାଏ । ୧୦୦ ଓଭର ପଡିଆରେ ରହିବା ଏବଂ ୧୦ ଓଭର ବୋଲିଂ କରିବା ଭିତରେ ପାଣି ନପିଇ ଜଣେ ରହିପାରିବ କି?
ନାଁ ମ୍ୟାଚ ନଖେଳି ରୋଜା ପାଳନ କରିବା ଠିକ୍?

Leave A Reply

Your email address will not be published.