ନୂଆଦିଲ୍ଲୀ(ଆମ ଟିଭି): ପୁଣି ଚର୍ଚ୍ଚାରେ ଶରଦ ପାୱାରଙ୍କ ଦଳ ଏନସିପି । ବଦଳୁଛି କି ଏନସିପିର ଆଭିମୁଖ୍ୟ ? ବିରୋଧୀ ଦଳଙ୍କ ମଧ୍ୟରେ ଦେଶର ଅନ୍ୟତମ ବରିଷ୍ଠ ନେତା ଶରଦ ପାୱାରଙ୍କ ଦଳ ଅନ୍ୟତମ । ନିକଟରେ ବିରୋଧୀ ଆଦାନୀ ଓ ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀକୁ ନେଇ ଘେରୁଛନ୍ତି । ଏହି ସମୟରେ ଶରଦ ପାୱାର ନିଜର ଆଭିମୁଖ୍ୟ ବଦଳାବା ଭଳି ଜଣାପଡିଛି । ଶରଦ ପାୱାର କହିଛନ୍ତି, ହିଣ୍ଡେନବର୍ଗ ରିପୋର୍ଟ ଉପରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ତଦନ୍ତ ହେଉଛି । ଏପରି ସ୍ଥିତିରେ ଜେପିସି ତଦନ୍ତର ଆବଶ୍ୟକ ନାହିଁ ।
ସେହିପରି ମୋଦୀଙ୍କ ଡିଗ୍ରୀ ପ୍ରସଙ୍ଗ ଉଠାଇବା ଅନାବଶ୍ୟକ ବୋଲି ସେ କହିଛନ୍ତି । ଏହାର କୌଣସି ମୂଲ୍ୟ ନାହିଁ । ଆହୁରି ଅନେକ ପ୍ରସଙ୍ଗ ରହିଛି ଉଠିବା ଦରକାର ବୋଲି କହିଛନ୍ତି । ଆମ୍ ଆଦମୀ ପାର୍ଟି ଡିଗ୍ରୀ ଦେଖାଅ ଅଭିଯାନ ଆରମ୍ଭ କରି ବିଜେପି ଏବଂ ଦଳର ଶୀର୍ଷ ନେତା ମୋଦୀଙ୍କୁ ଘେରିବାକୁ ଚେଷ୍ଟା କରିଛି । ଏହି ସମୟରେ ଶରଦ ପାୱାରଙ୍କ ଭଳି ନେତା ଏହାକୁ ଅନାବଶ୍ୟକ ବୋଲି କହିଛନ୍ତି । ଏହାବାଦ ଇଭିଏମକୁ ନେଇ ବିରୋଧୀ ନିକଟରେ ବୈଠକ କରିଥିଲେ ।