ପୁଣେ : ଏନସିପି-ଏସପି ନେତା ଶରଦ ପାୱାର ପୁଣିଥରେ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଦୁର୍ବଳତା ଅନୁଭବ କରିବାକରୁ ତାଙ୍କୁ ପୁଣେର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ଦିନକୁ ଦିନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି । କିଛିଦିନ ତଳେ ହସପିଟାଲରେ ଭର୍ତ୍ତି ହୋଇଥିଲେ ଶରଦ ପାଓ୍ବାର ।
ଶରଦ ପାୱାରଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ନେଇ ଝିଅ ସୁପ୍ରିୟା ସୁଲେ ଏକ୍ସରେ ପୋଷ୍ଟ କରି କହିଛନ୍ତି, ବାବା ଆଗକୁ ଯାଞ୍ଚ ପାଇଁ ହାଇଡ୍ରେସନ ପାଇଁ ପୁଣେର ରୁବି ହସପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ।
ଗତ ଫେବୃଆରୀ ୯ରେ କାଶ ଯୋଗୁଁ ହସପିଟାଲରେ ଭର୍ତ୍ତି ହୋଇଥିଲେ । କିନ୍ତୁ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବା ଯୋଗୁଁ ତାଙ୍କୁ ଡିସଚାର୍ଜ କରାଯାଇଥିଲା । ହେଲେ ଏବେ ପୁଣିଥରେ ଦୁର୍ବଳତା ଅନୁଭବ କରିବାକୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ପରିବାର ଲୋକ ବହୁତ ଚିନ୍ତାରେ ରହିଛନ୍ତି । ଡାକ୍ତରୀ ଦଳ ତତ୍ତ୍ବାବଧାନରେ ତାଙ୍କ ଦେଖାଶୁଣା ହେଉଛି ।
ତେବେ ନିକଟରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ନିଧନ ପରେ ଶରଦ ପାଓ୍ବାର ମୁମ୍ବାଇର ବାରାମତି ଏବଂ ପୁଣେ ସ୍ଥିତ ଘରକୁ ଯିବା ଆସିବା କରୁଛନ୍ତି । ଶରଦ ପାଓ୍ବାରାଙ୍କୁ ୨୦୦୪ରେ କ୍ୟାନସୀ ହୋଇଥିଲା । ତା’ ପରେ ଚିକିତ୍ସା ହେବା ପରେ ସେ ସୁସ୍ଥ ହୋଇଥିଲେ ।