ପୁଣି ଏକାଠି ହେଲେ ବିରୋଧୀ, ରାହୁଲ, ଖର୍ଗେଙ୍କୁ ଭେଟିଲେ ଶରତ

0

ନୂଆଦିଲ୍ଲୀ,୬।୧୦: ‘ଇଣ୍ଡିଆ’ ମିଳିତ ମଞ୍ଚର ଦୁଇଟି ଗୁରୁତ୍ୱପୂର୍ଣ୍ଣ ସଂଗଠନର ନେତାମାନେ ପୁଣି ଥରେ ଏକାଠି ନଜର ଆସିଛନ୍ତି। ଏନସିପି ମୁଖ୍ୟ ଶରଦ ପାୱାର ଶୁକ୍ରବାର କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି।

ସୂତ୍ରରୁ ପ୍ରକାଶ ଯେ ଏନସିପି ମୁଖ୍ୟ ଦୁଇ କଂଗ୍ରେସ ନେତା ମଲ୍ଲିକାଜୁନ ଖାର୍ଗେ ଏବଂ ରାହୁଲ ଗାନ୍ଧୀଙ୍କୁ ଭେଟି ଇଣ୍ଡିଆନ ନ୍ୟାଶନାଲ ଡେଭଲପମେଣ୍ଟ ଇନକ୍ଲୁସିଭ ଆଲାଏନ୍ସ (I.N.D.I.A.) ର ବିରୋଧୀ ଦଳର ମିଳିତ ମଞ୍ଚର ଯୋଜନା ବିଷୟରେ ଆଲୋଚନା କରିଥିଲେ।
ଏହି ବୈଠକ ପରେ କଂଗ୍ରେସ ଅଧ୍ୟକ୍ଷ ଖାର୍ଗେ ତାଙ୍କ ଅଫଇସିୟାଲ ଏକ୍ସ ହ୍ୟାଣ୍ଡେଲରେ କିଛି ଫଟୋ ପୋଷ୍ଟ କରି ଲେଖିଛନ୍ତି, ଦେଶର ଜନତାଙ୍କ ସ୍ବରକୁ ଆହୁରି ଶକ୍ତ କରିବାକୁ ଆଜି ରାହୁଲ ଗାନ୍ଧୀଙ୍କ ସହ ଏନସିପି ଅଧ୍ୟକ୍ଷ ଶରଦ ପାଓ୍ବାରଙ୍କ ସହ ଭେଟିଲୁ। ଆମେ ପ୍ରତ୍ୟେକ ଆହ୍ବାନ ପାଇଁ ପ୍ରସ୍ତୁତ। ଭାରତ ଏକଜୁଟ ହେବ, ଇଣ୍ଡିଆ ଜିତିବ।

Leave A Reply

Your email address will not be published.