ନୂଆ ଚିହ୍ନ ପାଇଲେ ଶରତ ପାୱାର

0

ଏଥର ନିର୍ବାଚନରେ ନୂଆ ନାମ ତଥା ଚିହ୍ନ ସହ ମଇଦାନକୁ ଓହ୍ଲାଇବ ଶରଦ ପାୱାରଙ୍କ ଦଳ । ଗତ ସପ୍ତାହରେ ନିର୍ବାଚନ କମିଶନ ଅଜିତ ପାୱାରଙ୍କ ଗୋଷ୍ଠୀକୁ ରିୟଲ ଏନସିପିର ମାନ୍ୟତା ଦେବା ସହ ଦଳୀୟ ଚିହ୍ନ ଘଣ୍ଟା ମଧ୍ୟ ପ୍ରଦାନ କରିଥିଲେ। ଏହାପରେ ଶରଦ ପାୱାରଙ୍କ ଗୋଷ୍ଠୀ ପାଇଁ ନୂଆ ନାଁ ମଧ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଏବେ ମିଳିଛି ତାଙ୍କୁ ନୂଆ ଦଳୀୟ ଚିହ୍ନ ।

ଶରଦ ପାୱାରଙ୍କ ନୂଆ ପାର୍ଟି ନାଁ ‘ଏନସିପି ଶରଦ ଚନ୍ଦ୍ର ପାୱାର’ ରହିଛି। ଏଥିସହ ତାଙ୍କ ଦଳୀୟ ଚିହ୍ନ ହିସାବରେ ଜଣେ ବ୍ୟକ୍ତି ତୁରୀ(ପେଁକାଳି) ଫୁଙ୍କୁଥିବାର ଦେଖିବାକୁ ମିଳୁଛି।

ଅଜିତ ପାୱାରଙ୍କ ଗୋଷ୍ଠୀକୁ ଏନସିପିର ଦଳୀୟ ଚିହ୍ନ ମିଳିଥିବା ବେଳେ ଶରଦ ପାୱାରଙ୍କ ଗୋଷ୍ଠୀକୁ ତୁରନ୍ତ ନୂଆ ଚିହ୍ନ ପ୍ରଦାନ ପାଇଁ ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶରଦ ପାୱାରଙ୍କ ଗୋଷ୍ଠୀ ପକ୍ଷରୁ ନିର୍ବାଚନ କମିଶନଙ୍କୁ ୩ ଟି ବିକଳ୍ପ ଦିଅଯାଇଥିବା ବେଳେ ସେଥିମଧ୍ୟରୁ ନିର୍ବାଚନ କମିଶନ ତୁରୀ(ପେଁକାଳି) ଚିହ୍ନରେ ମୋହର ମାରିଛନ୍ତି।

Leave A Reply

Your email address will not be published.