କଂଗ୍ରେସ ଛାଡ଼ିବା କଥାକୁ ନେଇ ଏମିତି କହିଲେ ଶଶି ଥରୁର

0

ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ଶଶୀ ଥରୁରଙ୍କୁ ଏନ୍‌ସିପିର କେରଳ ରାଜ୍ୟ ସଭାପତି ପିସି ଚାକୋ ଗତକାଲି ତାଙ୍କ ଦଳରେ ଯୋଗ‌ଦେବାକୁ ପ୍ରସ୍ତାବ ଦେଇଥିଲେ। ଚାକୋ କହିଥିଲେ, ‘ ଯଦି ଥରୁର ଏନ୍‌ସିପିକୁ ଆସନ୍ତି ତେବେ ଆମେ ତାଙ୍କୁ ସାଦରେ ଗ୍ରହଣ କରିବୁ। ଥରୁର ଏକମାତ୍ର କଂଗ୍ରେସ ନେତା ଯିଏ କି ବିଜେପିକୁ ଚ୍ୟା‌ଲେଂଜ କରିପାରିବେ।

ଚାକୋଙ୍କ ଉକ୍ତ ଟିପ୍ପଣୀକୁ ନେଇ ଚର୍ଚ୍ଚା ହେବାପରେ ଥରୁର ସୋମବାର ଦିନ ଏନେଇ ସ୍ପଷ୍ଟୀକରଣ ଦେଇଛନ୍ତି। ଥରୁର କହିଛନ୍ତି, ଚାକୋଙ୍କ ସହ ଏନେଇ କୌଣସି ଆଲୋଚନା ହୋଇନି। କୋଚିରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଥରୁର କହିଛନ୍ତି, ‌ଯଦି ମୁଁ ସେଠାକୁ ଯାଉଛି ତେବେ ମତେ ସ୍ବାଗତ କରିବାର ଆବଶ୍ୟକତା ରହିଛି। କିନ୍ତୁ ମୁଁ ଏନ୍‌ସିପିକୁ ଯାଉନି। ଚାକୋଙ୍କ ସହ ଏଭଳି କୌଣସି ଆଲୋଚନା ହୋଇନି ବୋଲି ଥରୁର କହିଛନ୍ତି।

 

 

Leave A Reply

Your email address will not be published.