ବଦଳିଲା ଉଦ୍ଧବଙ୍କ ଦଳର ଚିହ୍ନ ,ଜାଣନ୍ତୁ କଣ ରହିଲା

0

ମୁମ୍ବାଇ: ଶିବସେନାର ଦୁଇ  ଗୋଷ୍ଠୀ ଦଳର ନାମ ଶିବସେନା (ଉଦ୍ଧବ ବାଲାସାହବେ ଠାକ୍‌ରେ) ଏବଂ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ଦଳର ନାମ ବାଲାସାହେବାଞ୍ଚି ଶିବସେନା ରଖାଯାଇଛି। ଏହି ଦୁଇନାମକୁ ନିର୍ବାଚନ କମିସନ ସ୍ବୀକୃତି ଦେଇଛନ୍ତି। ଫଳରେ ଏମାନେ ଉପରୋକ୍ତ ନାମରେ ପରିଚିତ ହେବେ। ଉଦ୍ଧବ ଦଳକୁ ନିର୍ବାଚନୀ ଚିହ୍ନ ଭାବେ ‘ଜ୍ୱଳନ୍ତ ମଶାଲ’ ବଣ୍ଟନ କରାଯାଇଛି। ଏହାକୁ ନେଇ ନିର୍ବାଚନ କମିଶନ କହିଛନ୍ତି ଯେ ପୂର୍ବରୁ ଜ୍ୱଳନ୍ତ ମଶାଲ ସମତା ପାର୍ଟିକୁ ପ୍ରଦାନ କରାଯାଇଥିଲା, କିନ୍ତୁ ୨୦୦୪ ମସିହାରେ ଏହି ମାନ୍ୟତାକୁ ରଦ୍ଦ କରିଦିଆଯାଇଥିଲା | ତେବେ ଶିବସେନାର ଜ୍ୱଳନ୍ତ ମଶାଲ ପ୍ରତୀକ ସହିତ ଏକ ଦୀର୍ଘ ଇତିହାସ ରହିଛି।

୧୯୮୫ ମସିହାରେ ଶିବସେନା ଏହି ଚିହ୍ନ ସାହାଯ୍ୟରେ ନିର୍ବାଚନ ଜିତିଥିଲା | ସେହି ସମୟରେ ଶିବସେନା ପାଖରେ ପ୍ରତୀକ ନଥିଲା | ସପ୍ତମ ମହାରାଷ୍ଟ୍ର ବିଧାନସଭାରେ ଶିବସେନାର ଏକମାତ୍ର ବିଧାୟକ ଛଗନ୍ ଭୁଜବଲ ମଝଗାଓଁ ନିର୍ବାଚନମଣ୍ଡଳୀରୁ ଜ୍ୱଳନ୍ତ ମଶାଲ ପ୍ରତୀକରେ ନିର୍ବାଚନ ଜିତିଥିଲେ। ବର୍ତ୍ତମାନ ଏନସିପିର ବରିଷ୍ଠ ନେତା ଥିବା ଛଗନ୍ ଭୁଜବଲ କହିଛନ୍ତି ଯେ, “ମୁଁ ଜ୍ୱଳନ୍ତ ମଶାଲକୁ ବାଛିଥିଲି, କାରଣ ଏହା ବିପ୍ଳବର ପ୍ରତୀକ ଥିଲା ଏବଂ ଏହା ମହାରାଷ୍ଟ୍ରବାସୀଙ୍କୁ ପାଇଁ ଏକ ନୂତନ ରାସ୍ତା ଦେଖାଇଥିଲା।

Leave A Reply

Your email address will not be published.