ମୟୁରଭଞ୍ଜ(ଆମ ଟିଭି): ଦୀର୍ଘ ଦିନର ବନ୍ଦ ପରେ ଆଜିଠୁ ପର୍ୟ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ଖୋଲିଛି । ସକାଳ ୬ଟାରୁ ୯ଟା ପର୍ୟ୍ୟନ୍ତ ପର୍ୟ୍ୟଟକଙ୍କ ପାଇଁ ପ୍ରବେଶ ଅନୁମତି ରହିଛି। ପର୍ୟ୍ୟଟକମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଯଶିପୁର କାଳିଆଣି ଗେଟ୍ ଦେଇ ୩୫ଟି ଗାଡ଼ି ଏବଂ ବାରିପଦା ଲୁଲୁଙ୍ଗ ପଟୁ ୨୫ଟି ଗାଡ଼ିକୁ ପ୍ରବେଶ ଅନୁମତି ରହିଛି। କିପରି ପର୍ୟ୍ୟଟକମାନେ ସୁରକ୍ଷିତ ଭାବେ ଉପଭୋଗ କରିପାରିବେ, ଏଥିପାଇଁ ଅଭୟାରଣ୍ୟ କର୍ତ୍ତୃପକ୍ଷ ସମସ୍ତ ପ୍ରକାର ବନ୍ଦୋବସ୍ତ କରିଛନ୍ତି। ଚଳିତ ବର୍ଷ ଶିମିଳିପାଳ ଅଭୟାରଣ୍ୟକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ ଘୋଷଣା କରାଯାଇଛି।
ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପକ୍ଷରୁ ପର୍ୟ୍ୟଟକ ମାନଙ୍କ ପାଇଁରନ୍ଧା ଖାଦ୍ୟ ଯୋଗାଣର ବ୍ୟବସ୍ଥା କରାଯାଇଛି। ଶିମିଳିପାଳର ଆୟତନ ୨୭ଶହ ୫୦ ବର୍ଗ କିମି ହୋଇଥିବା ବେଳେ,ଏହି ଜାତୀୟ ଉଦ୍ୟାନରେ ୧୦୭୬ ପ୍ରଜାତିର ସ୍ତନ୍ୟପାୟୀ, ୨୩୧ ପ୍ରଜାତିର ପକ୍ଷୀ ଓ ୨୯ ପ୍ରଜାତିର ସରୀସୃପ ଦେଖିବାକୁ ମିଳନ୍ତି।