ହୁତୁ ହୁତୁ ହୋଇ ଜଳୁଛି ଶିମିଳିପାଳ
ଭୁବନେଶ୍ୱର (ଆମ ଟିଭି): ଗରମ ତାତି ସାଙ୍ଗକୁ ସଙ୍କଟରେ ଶିମିଳିପାଳ । ହୁତୁ ହୁତୁ ହୋଇ ଜଳୁଛି ଶିମିଳିପାଳ ଉଦ୍ୟାନ । ଦୀର୍ଘ ସମୟ ଧରି ଶିମିଳିପାଳ ଅଭୟାରଣ୍ୟର ବାଲମା ଅଞ୍ଚଳ ସମେତ ଶିମିଳିପାଳ ଅଭ୍ୟାନ୍ତରୀଣ ଅଞ୍ଚଳରେ ପାଖାପାଖି ୩ କିଲୋମିଟର ଲାଗିଛି ନିଆଁ । ନିଆଁ ପୁରା ଜଙ୍ଗଲକୁ ବ୍ୟାପିବାରେ ଲାଗିଛି ଏବଂ ହୁ ହୁ ହୋଇ ଜଳୁଛି ଶିମିଳିପାଳ । ରାତିରେ ଶିମିଳିପାଳ ଜଳିବାର ପ୍ରକୃତ ଚିତ୍ର ସାମ୍ନାକୁ ଆସିଛି ।
ଜଳୁଛି ଶିମିଳିପାଳ ଅଭୟାରଣ୍ୟର ବିଟ୍ ଅଂଚଳ । ନିଆଁ ଏହି ଅଂଚଳରେ ଥିବା ଜଙ୍ଗଲରେ ଲାଗି ସାରିଥିବା ବେଳେ ହୁ ହୁ ହୋଇ ଜଳୁଛି । ପାଖାପାଖି ୩ କିଲୋମିଟରରୁ ଅଧିକ ଏରିଆରେ ନିଆଁ ଲାଗିଥିବା ବେଳେ ଏହା କ୍ଷୀପ୍ର ବେଗରେ ବ୍ୟାପିବାରେ ଲାଗିଛି । କିଛି ଦିନ ବ୍ୟବଧାନ ପରେ ଲାଗିଛି ନିଆଁ।