ଓରେରା ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବେ ସିଦ୍ଧାନ୍ତ ଦାସ, ଏବେ ରହିବେ ଏହି ଦାୟିତ୍ୱରେ
ଅବସରପ୍ରାପ୍ତ ଆଇଏଫଏସ୍ ସିଦ୍ଧାନ୍ତ ଦାସ ଓଡ଼ିଶା ରିଏଲ ଇଷ୍ଟେଟ୍ ରେଗୁଲେଟୋରୀ ଅଥରିଟି(ଓରେରା) ଅଧ୍ୟକ୍ଷ ପଦରୁ ଅବ୍ୟାହତି ନେବେ । କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟର କେନ୍ଦ୍ରୀୟ କ୍ଷମତାପ୍ରାପ୍ତ କମିଟି(ସିଇସି)ର ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବା ନିମନ୍ତେ ଶ୍ରୀ ଦାସ ଏହି ପଦରୁ ଇସ୍ତଫା ଦେଉଥିବା ଜଣାପଡ଼ିଛି । ଓରେରା ଅଧ୍ୟକ୍ଷ ଶ୍ରୀ ଦାସଙ୍କୁ ୨୦୨୩ ଡିସେମ୍ବର ମାସରେ ସିଇସି ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିଲେ । ସେବେଠୁ ଶ୍ରୀ ଦାସ ଉଭୟ ଓରେରା ଓ ସିଇସି ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ । କିନ୍ତୁ ସିଇସିର ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ପାଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଶ୍ରୀ ଦାସ ଓରେରା ଅଧ୍ୟକ୍ଷ ପଦ ଛାଡ଼ୁଥିବା ଜଣାପଡ଼ିଛି ।
ନିଯୁକ୍ତି ମିଳିଥିବା ଓ ଏହାକୁ ସୁପ୍ରିମକୋର୍ଟ ଅନୁମୋଦନ କରିଥିବା ନେଇ ସେ ଉଲ୍ଲେଖ କରିଛନ୍ତି । ତାଙ୍କୁ ଡିସେମ୍ବରରେ ସିଇସି ଅଧ୍ୟକ୍ଷ ପଦରେ ନିଯୁକ୍ତି ମିଳିବା ନେଇ ସେ ତତକାଳୀନ ରାଜ୍ୟ ସରକାରଙ୍କୁ ଅବଗତ କରାଇଥିଲେ । ୨୦୨୪ ମାର୍ଚ୍ଚ ୩ତାରିଖରେ ସୁପ୍ରିମକୋର୍ଟ ତାଙ୍କ ରାୟରେ ପୂର୍ଣ୍ଣକାଳୀନ ସିଇସି ଅଧ୍ୟକ୍ଷ ରହିବା ଆବଶ୍ୟକ ବୋଲି କହିବା ସହ କେନ୍ଦ୍ର ସରକାର ଏଥିପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଶ୍ରୀ ଦାସ ଓରେରା ଅଧ୍ୟକ୍ଷ ପଦରୁ ଅବ୍ୟାହତି ନେଇ ଦିଲ୍ଲୀରେ ସିଇସି ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଉଲ୍ଲେଖଯୋଗ୍ୟ ଶ୍ରୀ ଦାସଙ୍କୁ ରାଜ୍ୟ ସରକାର ୨୦୨୦ ଜୁଲାଇ ମାସରେ ଓରେରା ଅଧ୍ୟକ୍ଷ ନିଯୁକ୍ତି ଦେଇଥିଲେ । ତାଙ୍କର କାର୍ଯ୍ୟକାଳ ୨୦୨୫ ଜୁଲାଇ ମାସ ପର୍ଯ୍ୟନ୍ତ ରହିଥିଲା ।