ଶିବସେନା ନେତାଙ୍କୁ ଗୁଳି କରି ହତ୍ୟା

0

ଅମୃତସର : ପଂଜାବର ଅମୃତସରରେ ଶିବସେନା ନେତା ସୁଧୀର ସୁରିଙ୍କୁ ହତ୍ୟା କରାଯାଇଛି । ଅମୃତସରର ଗୋପାଳ ମନ୍ଦିର ବାହାରେ ସ୍ପଷ୍ଟ ଦିବାଲୋକରେ ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କୁ ଗୁଳି କରି ହତ୍ୟା କରିଛି ।ଦୁଇଟି ଗୁଳି ବାଜିବା ପରେ ସୁଧୀର ସୁରି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଆକ୍ରମଣକାରୀଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ଘଟଣାର ସିସିଟିଭି ଫୁଟେଜରୁ ଜଣାପଡ଼ିଛି ଯେ ବାହୁରେ ଗୋଟିଏ ଗୁଳି ବାଜିବା ପରେ ସୁଧୀର ତଳେ ଖସିପଡ଼ିଥିଲେ । ଏହି ସମୟରେ ଅନ୍ୟ ଏକ ବ୍ୟକ୍ତି ଗୁଳି ଚଳାଇଥିବା ବ୍ୟକ୍ତି ଉପରକୁ ଗୁଳି ମାରୁଥିବା ଦେଖାଯାଉଛି ।

ଶିବସେନା କର୍ମୀମାନେ ଗୋପାଳ ମନ୍ଦିର ବାହାରେ କେତେକ ପ୍ରସଙ୍ଗକୁ ନେଇ ବିକ୍ଷୋଭ କରୁଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଲେଖାହେବା ବେଳକୁ ଅଭିଯୁକ୍ତମାନେ ଗିରଫ ହୋଇନଥିଲେ ।

Leave A Reply

Your email address will not be published.