ଆମେରିକାର ଏକ କ୍ଲବରେ ଫୁଟିଲା ଗୁଳି

0

ୱାସିଂଟନ (ଆମ ଟିଭି): ଆମେରିକାରେ ଦିନକୁ ଦିନ ବେକାବୁ ହେଉଛି ଆଇନ ଶୃଙ୍ଖଳା ପରିସ୍ଥିତି । ଆମେରିକାରେ ଥମୁନାହିଁ ଗୁଳିମାଡ ଘଟଣା । ଗତକାଲି ରାତିରେ ଆମେରିକାର କଲୋରଡୋ ଠାରେ ଥିବା ସ୍ପ୍ରିଙ୍ଗ୍ ସମଲିଙ୍ଗୀ କ୍ଲବରେ ଅଚାନକ ଗୁଳିମାଡ କାରଣରୁ ୫ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୧୮ ଜଣ ଗୁରୁତର ହୋଇଥିବା କୁହାଯାଇଛି । ଗଣମାଧ୍ୟମର ରିପୋର୍ଟ ମୁତାବକ କଲୋରଡୋ ସ୍ପ୍ରିଙ୍ଗ୍ସରେ ଥିବା ଏକ ସମଲିଙ୍ଗୀ ନାଇଟ୍ କ୍ଲବରେ ଜଣେ ବନ୍ଧୁକଧାରୀ ଗୁଳି ଚଳାଇଥିଲା । ଏହି ଗୁଳି ଚଳାଇବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

କ୍ଲବରେ ଟ୍ରାନ୍ସଜେଣ୍ଡର ଡେ ଅଫ୍ ରିମେମ୍ବରସ ନାମରେ ଏକ କାର୍ୟ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ବହୁସଂଖ୍ୟାର ସମଲିଙ୍ଗୀ ଯୋଗ ଦେଇଥିଲେ । ଆମେରିକା ଗଣମାଧ୍ୟମର ଏକ ରିପୋର୍ଟ ମୁତାବକ ବନ୍ଧୁକଧାରୀ ଏକ ସ୍ପାଇପର ରାଇଫଲ ସହାୟତାରେ ଗୁଳି ଚଳାଇଥିଲା । ହେଲେ ସେ କାହିଁକି ଏଭଳି କାଣ୍ଡ ଘଟାଇଲା ସେନେଇ କୌଣସି ସ୍ପଷ୍ଟ ଖବର ଆସିପାରି ନାହିଁ । ସେପଟେ ଗୁଳି ଚଳାଇବା ପରେ ବନ୍ଧୁକଧାରୀ ଜଣଙ୍କ କେଉଁଆଡେ ଫେରାର ହୋଇଯାଇଛି ।

Leave A Reply

Your email address will not be published.