ନୂଆଦିଲ୍ଲୀ (ଆମ ଟିଭି): ସାରା ଦେଶରେ ଏବେ ଶ୍ରଦ୍ଧା ହତ୍ୟା ମାମଲା ସମସ୍ତଙ୍କୁ ଦୋହଲାଇ ଦେଇଛି । ଅଫତାବ ନିଜ ପ୍ରେମିକାକୁ ୩୫ ଖଣ୍ଡରେ କାଟି ରାତି ଅଧିରେ ଜଙ୍ଗଲକୁ ନେଇ ଫିଙ୍ଗୁଥିଲା । ଏଭଳି ଖୁଲାସା ହେବା ପରେ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି ହୋଇଛି । ଆଉ ମର୍ଡର କେଶର ପର୍ଦ୍ଦାଫାସ ପାଇଁ ଦିଲ୍ଲୀ ପୁଲିସ ଦିନରାତି ଏକାକାର କରିଦେଇଛି । ଅଲଗା ଅଲଗା ଟିମ ଯାଞ୍ଚରେ ସାମିଲ ହୋଇଛନ୍ତି ।
ଆଜି ଅଫତାବ ନାର୍କୋ ଟେଷ୍ଟ କରାଯିବା ସମ୍ଭାବନା ରହିଛି । ଦିଲ୍ଲୀର ଆମ୍ବେଦକର ହସ୍ପିଟାଲରେ ଏହି ନାର୍କୋ ଟେଷ୍ଟ କରାଯାଇପାରେ । ଏହାର ଭିଡିଓଗ୍ରାଫି କରିବା ପାଇଁ ଫରେନ୍ସିକ୍ ସାଇନ୍ସ ଲାଇବ୍ରେରୀ ଟିମକୁ ଅନୁରୋଧ କରାଯାଇଛି । ଏହି ଟେଷ୍ଟରେ ଅଫତାବକୁ ଅନେକ ପ୍ରଶ୍ନ ପଚରାଯାଇପାରେ ।