ଜେଲରୁ ବାହାରକୁ ବାହାରିବେ ନାହିଁ ଶ୍ରଦ୍ଧାଙ୍କ ହତ୍ୟାକାରୀ

0

ନୂଆଦିଲ୍ଲୀ: ଶ୍ରଦ୍ଧା ଓ୍ବାକର ହତ୍ୟା ମାମଲାରେ ଅଭିଯୁକ୍ତ ଅଫତାବ ଅମିନ ପୁନାୱାଲା ଜେଲରୁ ବାହାରିବାକୁ ଚାହୁଁ ନାହିଁ ବୋଲି ଖବର ମିଳିଛି। ସେ ସାକେତ କୋର୍ଟରୁ ନିଜର ଜାମିନ ଆବେଦନ ଫେରାଇ ନେଇଛି।

ଗୁରୁବାର ପୂର୍ବାହ୍ନ ୧୧ ଟାରୁ ତାର ଜାମିନ ଆବେଦନ ଉପରେ ଶୁଣାଣି ଆରମ୍ଭ ହୋଇଥିଲା। ଏହାପୂର୍ବରୁ ଡିସେମ୍ବର ୧୭ରେ ସାକେତ କୋର୍ଟସ୍ଥିତ ଅତିରିକ୍ତି ସେସନ ଜଜ ବୃନ୍ଦା କୁମାରୀଙ୍କ ନିକଟରେ ଅଫତାବକୁ ଭିଡିଓ କନଫରେନ୍ସ ଜରିଆରେ ହାଜର କରାଯାଇଥିଲା। ଏହି ସମୟରେ ଅଫତାବ କୋର୍ଟଙ୍କୁ କହିଥିଲା କି, ‘ମୁଁ ଜାମିନ ଆବେଦନ କରିବାକୁ ଚାହୁଁ ନାହିଁ। କି ମୁଁ କୌଣସି ଜାମିନ ଆବେଦନ କରିନାହିଁ। ଏହା ମୋର ଓକିଲଙ୍କ ତରଫରୁ କରାଯାଇଥିଲା।’

ଏହା ପରେ କୋର୍ଟ କହିଛନ୍ତି ଯେ, ଏଥିପାଇଁ ଅଫତାବଙ୍କ ସମ୍ମତି ନିହାତି ଆବଶ୍ୟକ। ସେଥିପାଇଁ ଅଫତାବ ଓକିଲଙ୍କ ସହ କଥା ହେବା ପରେ ଜାମିନ ଆବେଦନ ପ୍ରତ୍ୟାହାର କରି ନେଇଛି। ଏହା ପରେ କୋର୍ଟ ଏହି ଆବେଦନକୁ ପ୍ରତ୍ୟାହାର କରିବାକୁ ଅନୁମତି ଦେଇଥିଲେ ଏବଂ ମାମଲାର ଶୁଣାଣି ଖାରଜ କରିଦେଇଥିଲେ।

Leave A Reply

Your email address will not be published.