କଟକ (ଆମ ଟିଭି) ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବ କି? ଖୋଲିବେ କି ସରକାର? ଏହି ପ୍ରସଙ୍ଗରେ ଆଜି ହାଇକୋର୍ଟରେ ଶୁଣାଣି ହେବ। ବରିଷ୍ଠ ବିଜେପି ନେତା ସମୀର ମହାନ୍ତିଙ୍କ ଦ୍ୱାରା ଦାୟର ଜନସ୍ୱାର୍ଥ ମାମଲାର ଶୁଣାଣି ରହିଛି । ରତ୍ନଭଣ୍ଡାର ଖୋଲିବା ଓ ଚାବି ହଜିବା ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ହାଇକୋର୍ଟ ଯାଇଛନ୍ତି ପୂର୍ବତନ ରାଜ୍ୟ ବିଜେପି ସଭାପତି । ରତ୍ନଭଣ୍ଡାର ଖୋଲିବା ପାଇଁ ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଉ ।
କାର୍ଯ୍ୟରତ ବିଚାରପତିଙ୍କ ତତ୍ତ୍ୱାବଧାନରେ ରତ୍ନଭଣ୍ଡାର ଖୋଲି ସବିଶେଷ ତାଲିକା ପ୍ରସ୍ତୁତ କରାଯାଉ ଏହା ସହିତ ରତ୍ନଭଣ୍ଡାର ଚାବି କିପରି ହଜିଲା ସିବିଆଇ ତଦନ୍ତ ଦାବି କରିଛନ୍ତି । ସମୀର ମହାନ୍ତିଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ପରିଚାଳନା କରୁଛନ୍ତି । ରତ୍ନଭଣ୍ଡାର ଖୋଲିବା ସପକ୍ଷରେ ପୁରୀ ଗଜପତି ମତ ଦେଇଥିବା ବେଳେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ଓ ବିରୋଧୀ ଦଳ ମଧ୍ୟ ଦାବି କରି ଆସୁଛନ୍ତି ।