ହ୍ୟୁମାନଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ପତ୍ନୀ ଶ୍ରେୟା

0

ପୁରୀ (ଆମ ଟିଭି): ଦିନକୁ ଦିନ ଭିନ୍ନ ମୋଡ଼ ନେଉଛି ହ୍ୟୁମାନ ସାଗରଙ୍କ ପାରିବାରିକ ବିବାଦ ମାମଲା । ଆଜି ପ୍ରେସମିଟ୍ କରି ହ୍ୟୁମାନଙ୍କ ନାଁରେ ଶ୍ରେୟା ଆଣିଛନ୍ତି ସାଂଘାତିକ ଅଭିଯୋଗ । ଶ୍ରେୟା ଅଭିଯୋଗ କରିଛନ୍ତି, ମଦ ପିଇବାକୁ ବାରଣ କରିବାରୁ ହ୍ୟୁମାନ ମାଡ ମାରୁଥିଲେ । ହ୍ୟୁମାନ ନିଶାସକ୍ତ ଅବସ୍ଥାରେ ଶୋ କରିପାରନ୍ତି ନାହିଁ । ଏଥିପାଇଁ ଅନେକବାର ଶୋ ଓ ଗୀତ ରେକର୍ଡିଂ କ୍ୟାନସଲ ହୋଇଛି । ଧର୍ମ ପରିବର୍ତ୍ତନ ପାଇଁ ତାଙ୍କୁ ବାଧ୍ୟ କରାଯାଉଥିଲା । ଟିକିଲି ଓ ସିଦୂର ପିନ୍ଧିବାକୁ ବାରଣ କରୁଥିଲେ ଶାଶୁ ଓ ତାଙ୍କ ପରିବାର ଲୋକେ ।

ଅଳତା ଲଗାଇବାକୁ ଓ ଭୋଗ ଖାଇବାକୁ ମନା କରୁଥିଲେ । ପରକୀୟା ପ୍ରୀତି ନେଇ ଯଥେଷ୍ଟ ପ୍ରମାଣ ଅଛି ବୋଲି କହିଛନ୍ତି ଶ୍ରେୟା । ଶ୍ରେୟା ଅଭିଯୋଗ କରିଛନ୍ତି, ଝିଅ ଜନ୍ମ ପରେ ତାଙ୍କ ଉପରେ ନିର୍ୟାତନା ବଢିଥିଲା । କିନ୍ତୁ ସ୍ୱାମୀ ସେଲିବ୍ରିଟି ହୋଇଥିବାରୁ ସମସ୍ୟାର ସମାଧାନ କରିଦେଇଥିଲୁ । କିନ୍ତୁ ୬ ମାସ ହେଲା ନିର୍ୟାତନା ବଢିଯାଇଥିଲା । ସମାଧାନ ଉଦ୍ୟମ ବି ବିଫଳ ହୋଇଥିଲା । କିନ୍ତୁ ନିର୍ୟାତନା ଅସହ୍ୟ ହେବାରୁ ସେ ଥାନାକୁ ଯିବାକୁ ବାଧ୍ୟ ହୋଇଛନ୍ତି । ନିଜ ଶାଶୁ ମଦ ପିଉଥିବା ନେଇ ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । ମୋତେ ଶାରୀରିକ ନିର୍ୟାତନା ଦେଇଛନ୍ତି । ମୁହଁ, ହାତ ଓ ଗୋଡକୁ ମାଡ ମାରିଛନ୍ତି । ପ୍ରଚୁର ପରିମାଣରେ ମଦ ପିଇ ତାଙ୍କୁ ମାରନ୍ତି ବୋଲି କହିଛନ୍ତି ଶ୍ରେୟା । ମଦ୍ୟପାନ କରିବାକୁ ବାରଣ କରିବାରୁ ମାଡ ହୁଏ । ନିର୍ୟାତନା ଅସହୟ ହେବାରୁ ଥାନାର ଦ୍ୱାରସ୍ଥ ହେଲି ।

 

Leave A Reply

Your email address will not be published.