ବିଶ୍ୱର ୧୬ରୁ ଅଧିକ ଦେଶରେ ପୂଜା ପାଆନ୍ତି ଶ୍ରୀରାମ

0

ନୂଆଦିଲ୍ଲୀ(ଆମ ଟିଭି): ଭବ୍ୟ ରାମ ମନ୍ଦିର ସ୍ଥାପନକୁ ନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଏହି ଦିନକୁ ସ୍ମରଣୀୟ କରିବା ପାଇଁ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଭାରତୀୟମାନେ ଉତ୍ସାହିତ ଅଛନ୍ତି। ତେବେ ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ କେବଳ ଭାରତରେ ନୁହେଁ ଦୁନିଆରେ ୧୬ରୁ ଅଧିକ ଦେଶରେ ରାମଙ୍କୁ ପୂଜା କରାଯାଇଥାଏ। ସେହି ଦେଶମାନଙ୍କରେ ମୁସଲିମ ରାଷ୍ଟ୍ର ମଧ୍ୟ ରହିଛି।

ମରିସସ୍, ନେପାଳ, ଇସ୍ରାଏଲ ସମେତ ଅନେକ ମୁସଲିମ ଦେଶରେ ଭଗବାନ ଶ୍ରୀରାମଙ୍କୁ ପୂଜା କରାଯାଇଥାଏ। ବହୁ ଦେଶରେ ଏପରି କିଛି ପ୍ରମାଣ ମିଳିଛି ଯେଉଁଠାରେ ହଜାର ହଜାର ବର୍ଷ ଧରି ଶ୍ରୀରାମଙ୍କ ପୂଜା ହେଉଥିବାର ନିଦର୍ଶନ ରହିଛି। ଉତ୍ତର ପ୍ରଦେଶର ସଂସ୍କୃତ ବିଭାଗର ଅଯୋଧ୍ୟା ଶୋଧ ସଂସ୍ଥାନ ରାମାୟଣ ବିଶ୍ୱମହାକୋଷରେ ଇରାକରୁ ମିଳିଥିବା କିଛି ମୂର୍ତ୍ତିର ଚିତ୍ର ପ୍ରକାଶ କରିଛି। ଏହି ମୂର୍ତ୍ତି ୪ହଜାର ବର୍ଷ ପୁରୁଣା ବୋଲି କୁହାଯାଉଛି। ଆମେରିକାର ଗବେଷଣାକାରୀ ଭିୟୋ ଦେଶରେ ରାମପୂଜା ନେଇ ଅନେକ ତଥ୍ୟକୁ ଲୋକଲୋଚନକୁ ଆଣିଛନ୍ତି।

Leave A Reply

Your email address will not be published.