ନୋଏଡା (ଆମ ଟିଭି): ଜେଲ୍ ଗଲେ ବିଜେପି କର୍ମୀ । ତଥାକଥିତ ବିଜେପି କର୍ମୀ ଶ୍ରୀକାନ୍ତ ତ୍ୟାଗୀଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ନୋଏଡାର ଗୋଟିଏ ହାଉସିଂ ସୋସାଇଟିରେ ଶ୍ରୀକାନ୍ତ ତ୍ୟାଗୀ ଜବର ଦଖଲ କରିବା ସହ ଜଣେ ମହିଳାଙ୍କୁ ଅଭଦ୍ର ବ୍ୟବହାର ଓ ଧକ୍କା ମାରିଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ପୁଲିସ ତାଙ୍କ ନାଁରେ ମାମଲା ରୁଜୁ କରିଥିଲା।
ତେବେ ମାମଲାର ରୁଜୁ ହେବା ଦିନ ଠାରୁ ଅର୍ଥାତ ଶୁକ୍ରବାର ରାତିରୁ ସେ ଅଣ୍ଡରଗ୍ରାଉଣ୍ତ ହୋଇ ଯାଇଥିଲେ। କିନ୍ତୁ ସେ ଲଗାତାର ତାଙ୍କ ପତ୍ନୀ ଓ ଓକିଲଙ୍କ ସହ କଥା ହେଉଥିଲେ। ଏଥିରୁ ହିଁ ପୁଲିସ ତାଙ୍କ ଲୋକେସନ ଜାଣି ପାରିଥିଲ। ଏହାପରେ ପୁଲିସର ଗୋଟିଏ ଟିମ୍ ତାଙ୍କୁ ମୀରଟରୁ ଗିରଫ କରିଛି। ଗିରଫ ପରେ ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ରିମାଣ୍ତ ପାଇଁ ନୋଏଡା ପୁଲିସ୍ ଆବେଦନ କରି ନଥିବାରୁ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।