ଶୁଭମ୍ ଏଣ୍ଟରଟେନମେଣ୍ଟ ରେ ରିଲିଜ ହେଲା ଓଡ଼ିଆ ଭଜନ ‘ଜଗାରେ ଜାଣିନି ମୁଁ କୋଉଠି ମୋ ଜାଗା ରେ’*

0

ବାବୁ ବାବୁ ଙ୍କ ନିର୍ଦ୍ଦେଶନାରେ ରେ ରିଲିଜ ହେଲା ଓଡ଼ିଆ ଭଜନ ‘ଜଗାରେ ଜାଣିନି ମୁଁ କୋଉଠି ମୋ ଜାଗା ରେ’ ।

ରିଲିଜ ସମୟରେ ମୁଖ୍ୟ ଅତିଥି ଭାବେ ପ୍ରଯୋଜକ ପ୍ରଣୟ ଜେଠୀ ଓ ପ୍ରଯୋଜିକା ସଙ୍ଘମିତ୍ରା ବେହେରା ନିର୍ଦ୍ଦେଶକ ବାବୁ ବାବୁ ଅଭିନେତା ବନି ଭାଇ, ଜ୍ୟୋତି , ମଧୁସ୍ମିତା, ପ୍ରଜ୍ଞା ଉପସ୍ଥିତ ରହି ସିଡି ଉନ୍ମୋଚନ କରିଥିଲେ । ଏହି ଭଜନ ଟିରେ ଅଭିନେତା ବନି ଭାଇ ଙ୍କ ଚାମତ୍କର ଅଭିନୟ ଦେଖିବାକୁ ମିଳିଛି ତାସହ ଗୀତଟି କୁ ଖୁବ୍ ସୁନ୍ଦର ଭାବରେ ସଙ୍ଗୀତ ନିର୍ଦ୍ଦେଶନା ଓ କଣ୍ଠଦାନ କରିଛନ୍ତି ଜୟଦେବ ମିଶ୍ର । ସେହିପରି ୧୧ ମାସରେ ନିର୍ଦ୍ଦେଶକ ବାବୁ ବାବୁ ଙ୍କ ୧୨ଟି ଭଜନ ରିଲିଜ ସରିଛି ହେଲେ ଏହି ଭଜନ ଟି ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି କହିଛନ୍ତି ନିର୍ଦ୍ଦେଶକ ବାବୁ ବାବୁ। ଆଗରୁ ଅନେକ ଭଲ ଭଲ ଭିଡିଓ ଗୁଡ଼ିକ ଟ୍ରେଣ୍ଡ ରେ ଥିଲା ବେଳେ ଏହି ଭଜନ ‘ଜଗାରେ ଜାଣିନି ମୁଁ କୋଉଠି ମୋ ଜାଗା ରେ’ ଏବେ ଇନଷ୍ଟାଗ୍ରାମରେ ପୁରା ଟ୍ରେଣ୍ଡିଙ୍ଗ୍ ରେ ଅଛି । ଭିଡିଓ ଟି ନିଶ୍ଚୟ ଦର୍ଶକଙ୍କ ହୃଦୟକୁ ଛୁଇଁଵ ବୋଲି କହିଛନ୍ତି ନିର୍ଦ୍ଦେଶକ ।

Leave A Reply

Your email address will not be published.