ଭୁବନେଶ୍ୱର (ଆମ ଟିଭି): ଶୁଭ୍ରକାନ୍ତ ପଣ୍ଡା ହେଲେ ଫେଡେରେସନ ଅଫ୍ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ(ଫିକି)ର ପରବର୍ତ୍ତୀ ସଭାପତି। ଆଜି ମୁମ୍ୱାଇରେ ବସିଥିବା ଜାତୀୟ କାର୍ୟ୍ୟନିର୍ବାହୀ ବୈଠକରେ ତାଙ୍କ ନାଁ ଘୋଷଣା କରାଯାଇଛି। ଡିସେମ୍ୱର ୧୬ ଓ ୧୭ ତାରିଖରେ ହେବାକୁ ଥିବା ଫିକିର ୯୫ତମ ବାର୍ଷିକ ସାଧାରଣ ବୈଠକରେ ସେ ସଭାପତି ଭାବେ ସଞ୍ଜୀବ ମେହେଟାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ। ଶ୍ରୀ ପଣ୍ଡା ବର୍ତ୍ତମାନ ଫିକିର ସିନିୟର ଭାଇସ୍ ପ୍ରେସିଡେଣ୍ଟ ଅଛନ୍ତି।
ଦେଶର ଶିଳ୍ପ ଓ ବାଣିଜ୍ୟ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଅଗ୍ରଣୀ ସଂସ୍ଥା ‘ଫିକି ଇଣ୍ଡିଆ’ର ସଭାପତି ପଦବୀ ନିମନ୍ତେ ପ୍ରଥମ ଓଡ଼ିଆ ଭାବେ ଶ୍ରୀ ପଣ୍ଡା ଦାୟିତ୍ୱ ନେବେ। ଉଲ୍ଲେଖଯୋଗ୍ୟ, ଶ୍ରୀ ପଣ୍ଡା ‘ଫିକି’ ସହିତ ଦୀର୍ଘ ୨୦ ବର୍ଷ ଧରି ବିଭିନ୍ନ କାର୍ୟ୍ୟ ସହ ଜଡ଼ିତ ଅଛନ୍ତି। ସେ ‘ଫିକି’ ଓଡ଼ିଶାର ପ୍ରଥମ ରାଜ୍ୟ ଅଧ୍ୟକ୍ଷ ହେବା ସହିତ ଜାତୀୟ ମାନୁଫାକ୍ଚରିଂ କମିଟିର ଅଧ୍ୟକ୍ଷ ରୂପେ କାର୍ୟ୍ୟ କରିଛନ୍ତି।