ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ଅଭିଯୁକ୍ତ ଶଙ୍କର ପୃଷ୍ଟିର ଘନିଷ୍ଠ ସହଯୋଗୀ ଗିରଫ

0

ଭୁବନେଶ୍ୱର (ଆମ ଟିଭି): ବହୁଚର୍ଚ୍ଚିତ ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ଅଭିଯୁକ୍ତ ଶଙ୍କର ପୃଷ୍ଟିର ଘନିଷ୍ଠ ସହଯୋଗୀ ଗିରଫ । ଅଭିଯୁକ୍ତ ସାଗର କୁମାର ଗୌଡ଼କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ । ଦୀଘା ମଡ୍ୟୁଲର ଦାୟିତ୍ୱରେ ସାଗର ଥିବା ଜଣାପଡ଼ିଛି । ଏହା ସହ ମାଷ୍ଟର ମାଇଣ୍ଡ ଶଙ୍କରଙ୍କ କେୟାର୍ ଟେକର୍ ଥିଲେ ସାଗର । ସାଗର ଜରିଆରେ ଏଜେଣ୍ଟଙ୍କ ସହ ଲିଙ୍କରେ ଆସୁଥିଲେ ଶଙ୍କର । ପୃଷ୍ଟିର ତତ୍ତ୍ୱାବଧାରକ ଭାବରେ କାର୍ଯ୍ୟ କରୁଥିଲେ ଏବଂ ବେଆଇନ ନେଟୱାର୍କର ସୁଗମ ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ବୋଲି ଜଣାପଡ଼ିଛି।

ଏହି ଘଟଣାର ମାଷ୍ଟରମାଇଣ୍ଡ ତଥା ପଞ୍ଚସଫ୍ଟ ଟେକ୍ନୋଲୋଜିର ମାଲିକ ଗଞ୍ଜାମ ଜିଲ୍ଲାର ଶଙ୍କର ପୃଷ୍ଟି ସମେତ ୬ଜଣ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଜାମିନ ଆବେଦନ କରିଛନ୍ତି। ଏହାର ଶୁଣାଣି ୧୩ ତାରିଖରେ ହେବ ବୋଲି ସୂଚନା ମିଳିଛି 

ସୂଚନା ଯୋଗ୍ୟ; ୨୦୨୪ ମସିହାରେ ଏସ୍‌ଆଇ ପରୀକ୍ଷା ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପରୀକ୍ଷା ଆୟୋଜନ ଦାୟିତ୍ୱ ଓଡ଼ିଶା ପୁଲିସ ରିକ୍ରୁଟ୍‌ମେଣ୍ଟ୍‌ ବୋର୍ଡ (ଓପିଆର୍‌ବି) ନେଇଥିଲା । ଓପିଆରବି ପରୀକ୍ଷା ପରିଚାଳନା ଆଇଟିଆଇ ନାମକ ସଂସ୍ଥାକୁ ଦେଇଥିଲା । ଆଇଟିଆଇ ପରେ ଏହାକୁ ସିଲିକନ୍‌ ଟେକ୍‌ଲାବ୍‌ ପ୍ରାଇଭେଟ୍‌ ଲିମିଟେଡ୍‌କୁ ହସ୍ତାନ୍ତର କରିଥିଲା । ପରେ ଏହାର ଦାୟିତ୍ୱ ପାନ୍‌ସଫ୍ଟ ଟେକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ନେଇଥିଲା । ୨୦୨୫ ମାର୍ଚ୍ଚରେ ପରୀକ୍ଷା ହେବାର ଥିଲା । ୩ ଥର ପରୀକ୍ଷା ବାତିଲ ହୋଇଥିଲା ।

ଏହାରି ମଧ୍ୟରେ ସେପ୍ଟେମ୍ବର ମାସରେ ଦୁଇଟି ପର୍ଯ୍ୟାୟରେ ୨୧୧ ଜଣ ପରୀକ୍ଷାର୍ଥୀଙ୍କୁ ଆନ୍ଧ୍ରପ୍ରଦେଶକୁ ନେଇଥିଲେ ଦଲାଲ୍‌ । ସେଠାରେ ଲିଖିତ ପରୀକ୍ଷା ପାଇଁ ତାଲିମ ଦିଆଯାଇଥିଲା । ତୃତୀୟ ପର୍ଯ୍ୟାୟରେ ସେପ୍ଟେମ୍ବର ୩୦ ତାରିଖରେ ୩ଟି ବସ୍‌ରେ ୧୧୪ ଜଣ ପରୀକ୍ଷାର୍ଥୀ ଓ ୩ ଜଣ ଦଲାଲ୍‌ ଅନ୍ଧ୍ରପ୍ରଦେଶ ଯିବାକୁ ବରମୁଣ୍ଡାରୁ ବାହାରିଲେ । ସେମାନେ ଆନ୍ଧ୍ରପ୍ରଦେଶରେ ପହଞ୍ଚି ଯାଇଥିଲେ । ଏହି ଖବର ପ୍ରଚାର ହେବା ପରେ ବ୍ରହ୍ମପୁର ପୁଲିସ୍‌ ଆନ୍ଧ୍ରପ୍ରଦେଶ ପୁଲିସ୍‌ ସହ ଯୋଗାଯୋଗ କରି ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

Leave A Reply

Your email address will not be published.