ଗଣମାଧ୍ୟମକୁ ମିଠା ବାଣ୍ଟିଲେ ସିଦ୍ଧାର୍ଥ – କିଆରା, ଜାଣନ୍ତୁ କାହିଁକି

0

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଓ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ପ୍ରେମକାହାଣୀ ସିନେମା ‘ଶେରଶାହ’ରୁ ଆରମ୍ଭ ହୋଇଥିଲା। ନିକଟ ଅତୀତରେ ଦୁହିଁଙ୍କ ବିବାହ ସୂର୍ଯ୍ୟଗଡ଼ ପ୍ୟାଲେସରେ ସମ୍ପନ୍ନ ହୋଇଛି। ସାତ୍ ଫେରା ନେଇ ସାତ ଜନ୍ମ ପାଇଁ ଜୀବନସାଥୀ ହୋଇଛନ୍ତି କିଆରା-ସିଦ୍ଧାର୍ଥ। ବିବାହ ପରେ ପତ୍ନୀ କିଆରାଙ୍କ ସହ ନୂଆଦିଲ୍ଲୀସ୍ଥିିତ ନିଜ ଘରକୁ ଆସିଛନ୍ତି ସିଦ୍ଧାର୍ଥ।

ଉଭୟ ପତି-ପତ୍ନୀ ପାରମ୍ପରିକ ପୋଷାକ ପିନ୍ଧି ଦିଲ୍ଲୀ ବିମାନବନ୍ଦରରୁ ବାହାରିଥିବାର ଦେଖିବାକୁ ମିଳିଥିଲେ। ଏପରିକି ସେମାନେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥା ହେବା ସହ ସେମାନଙ୍କୁ ମିଠା ବି ବାଣ୍ଟିଥିଲେ। କିଆରା ମିଠା ବାଣ୍ଟିବା ସହ ‘ଏହା ଆପଣମାନଙ୍କ ପ‌ାଇଁ, ଟିକେ ମିଠା ହୋଇଯାଉ’ ବୋଲି କହୁଥିବାର ଭାଇରାଲ୍‌ ହୋଇଥିବା ଏକ ଭିଡିଓରେ ଶୁଣିବାକୁ ମିଳିଛି।

କେବଳ କିଆର ନୁହଁନ୍ତି, ସିଦ୍ଧାର୍ଥ ବି କହୁଥିବାର ଶୁଣିବାକୁ ମିଳିଛି ଯେ ‘ଏହା ଆମ ମିଡିଆ ଭାଇ-ଭଉଣୀଙ୍କ ପାଇଁ’। ଗଣମାଧ୍ୟମ ପ୍ରତିନିଧିମାନେ ଶୁଭେଚ୍ଛା ଜଣାଇବାରୁ ଏହି ଷ୍ଟାର୍‌ କପଲ୍‌ ସେମାନଙ୍କୁ ଧନ୍ୟବାଦ ବି ଦେଇଥିବାର ଭିଡିଓରେ ଦୃଶ୍ୟମାନ ହୋଇଛି।

Leave A Reply

Your email address will not be published.