ପଞ୍ଜାବ(ଆମ ଟିଭି): ନବଜୋତ୍ ସିଂ ସିଦ୍ଧୁଙ୍କୁ ପୁଣି ଏକ ବଡ଼ ଝଟକା । ତାଙ୍କର ଭଲ ବ୍ୟବହାର ପାଇଁ ତାଙ୍କୁ ସାଧାରଣତନ୍ତ୍ର ଦିବସରେ ମୁକ୍ତ କରାଯିବାକୁ ଥିବାବେଳେ ଏହା ସମ୍ଭବ ହୋଇପାରିନାହିଁ । କାରଣ ଜେଲ କର୍ତ୍ତୃପକ୍ଷ ତାଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ରାଜ୍ୟର ମାନ୍ ସରକାର କିନ୍ତୁ ଏନେଇ କୌଣସି ନିଷ୍ପତ୍ତି ନନେବାରୁ ତାଙ୍କୁ ମୁକ୍ତ କରାଯାଇପାରିନାହିଁ ।
ଏହି ଘଟଣା ପରେ ପଞ୍ଜାବ ଆପ୍ ସରକାରଙ୍କ ବିରୋଧରେ କଂଗ୍ରେସ ନେତା ବିକ୍ଷୋଭ କରିଥିବାବେଳେ ସିଦ୍ଧୁଙ୍କ ପତ୍ନୀ ନବଜୋତ୍ କୌର ସିଦ୍ଧୁ ମାନ୍ ସରକାରଙ୍କ ଉପରେ ନିଜର କ୍ଷୋଭକୁ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ସିଦ୍ଧୁ ଜଣେ ଭୟଙ୍କର ଜନ୍ତୁ, ଏଥିପାଇଁ ସରକାର ତାଙ୍କୁ ଭୟରେ ମୁକୁଳାଇବାକୁ ଚାହୁଁନାହାଁନ୍ତି । ତେଣୁ ଆପଣ ସମସ୍ତଙ୍କୁ ଅପିଲ କରୁଛି ତାଙ୍କ ଠାରୁ ଦୂରେଇ ରୁହନ୍ତୁ’ । ସିଦ୍ଧୁ ୧୯୮୮ର ରୋଡ୍ ରେଜ୍ ମୃତ୍ୟୁ ମାମଲାରେ ବର୍ଷକ ପାଇଁ ଜେଲ ଦଣ୍ଡ ଭୋଗୁଛନ୍ତି ।