ଖୁବଶୀଘ୍ର ଜେଲରୁ ମୁକୁଳିପାରନ୍ତି ସିଦ୍ଧୁ

0

ନୂଆଦିଲ୍ଲୀ (ଆମ ଟିଭି): ସିଦ୍ଧୁଙ୍କୁ ମିଳିବ ବଡ଼ ଆଶ୍ୱସ୍ତି । ଖୁବଶୀଘ୍ର ଜେଲରୁ ବାହାରିପାରନ୍ତି । ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ କ୍ରିକେଟର ନବଜୋତ ସିଂହ ସିଦ୍ଧୁଙ୍କୁ ମିଳିପାରେ ବଡ଼ ଆଶ୍ୱସ୍ତି। ତାଙ୍କୁ ଜେଲ୍ରୁ ମିଳିପାରେ ମୁକ୍ତି। ୩୪ ବର୍ଷ ପୁରୁଣା ରୋଡ୍ରେଜ୍ ମାମଲାରେ ପଟିଆଲା ଜେଲ୍ରେ ସଜା କାଟୁଥିବା ସିଦ୍ଧୁ ଖୁବଶୀଘ୍ର ମୁକୁଳି ପାରନ୍ତି। ଜେଲ୍ ଭିତରେ ତାଙ୍କର ଭଲ ସ୍ୱଭାବ ଓ ଅଚାରଣ ପାଇଁ ତାଙ୍କୁ ଗଣତନ୍ତ୍ର ଦିବସ ଅବସରରେ ଜେଲ୍ରୁ ମୁକ୍ତି ମିଳିପାରେ।

୩୪ ବର୍ଷ ପୁରୁଣା ଏକ ରୋଡ୍ ରେଜ୍ ମାମଲାରେ ନବଜୋତ ସିଂହ ସିଦ୍ଧୁଙ୍କୁ କୋର୍ଟ ଏକ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏହାରି ଭିତରେ ସେ ଜେଲ୍ରେ ସାଢ଼େ ୬ ମାସର ସଜା କାଟି ସାରିଲେଣି। ନିୟମ ଅନୁଯାୟୀ, ସବୁ ଜିନିଷ ସିଦ୍ଧୁଙ୍କ ସପକ୍ଷରେ ଅଛି। ଭଲ ଆଚରଣ ଯୋଗୁ ଗଣତନ୍ତ୍ର ଦିବସ ଅବସରରେ ଯେଉଁ କଏଦୀମାନଙ୍କୁ ମୁକ୍ତ କରିବା ପାଇଁ ସୁପାରିଶ କରିବା ଲାଗି ଜେଲ ପ୍ରଶାସନ ପକ୍ଷରୁ ତାଲିକା ପ୍ରସ୍ତୁତ କରାଯାଇଛି, ସେଥିରେ ନବଜୋତ ସିଂହ ସିଦ୍ଧୁଙ୍କ ନାଁ ରହିଛି। ଜେଲରେ ନବଜୋତ ସିଂହ ସିଦ୍ଧୁଙ୍କ ଆଚରଣ ଭଲ ଥିବା ଜଣାପଡ଼ିଛି। ତାଙ୍କୁ କିରାଣୀ ଭାବରେ ଜେଲରେ ଦାୟିତ୍ୱ ଦିଆଯାଇଛି। ଜେଲରେ ଥିବା ନିୟମ ସତ୍ତ୍ୱେ ସେ କୌଣସି ଛୁଟି ନେଇନାହାଁନ୍ତି, ଯାହାକି ତାଙ୍କୁ ଜେଲ୍ରୁ ମୁକ୍ତ କରିବା ପାଇଁ ସହାୟକ ହେବ।

Leave A Reply

Your email address will not be published.