ନୂଆଦିଲ୍ଲୀ(ଆମ ଟିଭି): ଦୀର୍ଘଦିନ ପରେ ଜେଲରୁ ମୁକୁଳିବେ ସିଦ୍ଧୁ । ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ ଆଜି ଜେଲରୁ ମୁକୁଳିବେ । ସ୍ୱାଗତ କରିବା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଏକ ରୋଡ୍ ରେଜ୍ ଘଟଣାରେ ଗତବର୍ଷ ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ଗୋଟିଏ ବର୍ଷ ଜେଲ୍ଦଣ୍ଡରେ ଦଣ୍ଡିତ କରିଥିଲେ । ସିଦ୍ଧୁ ଆଜି ପଟିଆଲା ଜେଲ୍ରୁ ମୁକୁଳିବେ ବୋଲି ତାଙ୍କ ଅଫିସିଆଲ ଆକାଉଣ୍ଟ୍ରୁ ଏକ ଟ୍ବିଟ୍ କରି କୁହାଯାଇଛି ।
ସିଦ୍ଧୁଙ୍କ ଆଇନଜୀବୀ ଏଚପିଏମ୍ ବର୍ମା ମଧ୍ୟ ଏହା ସ୍ପଷ୍ଟ କରିଛନ୍ତି । ଉଲ୍ଲେଖଯୋଗ୍ୟ, ୧୯୮୮ ମସିହାର ଏକ ରୋଡ୍ ରେଜ୍ ମାମଲାରେ ସିଦ୍ଧୁଙ୍କୁ ଜେଲ୍ଦଣ୍ଡ ହୋଇଥିଲା । ତେବେ ମୁକୁଳିବା ପୂର୍ବରୁ ଭାବବିହ୍ୱଳ ହୋଇଛନ୍ତି ପତ୍ନୀ ନବଜୋତ କୌର । ତାଙ୍କୁ ସ୍ୱାଗତ କରିବା ପାଇଁ ତାଙ୍କର ଅନେକ ସମର୍ଥକ ଅପେକ୍ଷା କରି ରହିଛନ୍ତି ।