ଜେଲ୍ ଖାଦ୍ୟ ବିଗାଡିଦେଲା ସିଦ୍ଦୁଙ୍କ ସ୍ବାସ୍ଥ୍ୟ, ଡାକ୍ତରଖାନାରେ ଭର୍ତ୍ତିହେଲେ ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ
ଚଣ୍ଡିଗଡ଼ (ଆମ ଟିଭି): ଜେଲ ଖାଦ୍ୟ ଖାଇବା ଦ୍ବାରା ବିଗିଡିଗଲା ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ନବଜୋତ୍ ସିଂ ସିଦ୍ଦୁଙ୍କ ସ୍ବାସ୍ଥ୍ୟ। ଜେଲରେ ସିଦ୍ଦୁଙ୍କୁ ଖାଇବାକୁ ଦିିଆଯାଇଥିବା ଖାଦ୍ୟ ଥିଲା ରୁଟି ଓ ଡାଲି । ଯାହା ସିଦ୍ଦୁଙ୍କର ଆଦୌ ପସନ୍ଦ ନୁହଁ। ଏସବୁ ଖାଇବା ତାଙ୍କ ସ୍ୱାସ୍ଥ୍ୟ ପାଇଁ ଅହିତକର ବୋଲି କହିଥିଲେ ସିଦ୍ଦୁ। ହେଲେ ସମସ୍ତଙ୍କ ପାଇଁ ସମାନ ମେନୁ ଥିବାରୁ ବାଧ୍ୟ ହୋଇ ଜେଲ ଖାଦ୍ୟ ଖାଇଥିଲେ ସିଦ୍ଦୁ। ଯାହାଫଳରେ ପଟିଆଲା ଜେଲରେ ଏକ ବର୍ଷର ଜେଲଦଣ୍ଡ କାଟୁଥିବା ସିଦ୍ଦୁ ସୋମବାର ଅସୁସ୍ଥ ହୋଇପଡ଼ିଛନ୍ତି। ତେବେ ତାଙ୍କୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାରେ ଭତ୍ତି କରାଯାଇ ଚିକିତ୍ସା କରାଯାଉଛି । ସିଦ୍ଦୁ ଏଥିରୁ ସାମାନ୍ୟ ଆସ୍ଵସ୍ଥି ମିଳିବା ପରେ ନିଜର ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଜେଲ ପ୍ରଶାସନକୁ ସ୍ୱତନ୍ତ୍ର ଡାଏଟ ପାଇଁ ନିବେଦନ କରିଛନ୍ତି। ସେପଟେ କୋର୍ଟ ମେଡିକାଲ ରିର୍ପୋଟ ଆଧାରରେ ଶୁଣାଣୀ କରି ଫଇସଲା ଶୁଣାଇବେ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ୧୯୮୮ ମସିହାେ ରୋଡରେଜ ମାମଲରେ ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ୧ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ସୁପ୍ରିମକୋର୍ଟ ।