ନୂଆଦିଲ୍ଲୀ (ଆମ ଟିଭି): ଗତ କିଛି ଦିନ ହେବ ସିକ୍କିମ ବନ୍ୟା ରାଜ୍ୟକୁ ବିଧ୍ୱଂସରେ ପରିଣତ କରିଦେଇଛି। ବନ୍ୟାର ପାଖାପାଖି ଦୁଇ ସପ୍ତାହ ପରେ ମଧ୍ୟ ମୃତଦେହ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି। ମଙ୍ଗଳବାର ଆଉ ଦୁଇଟି ମୃତଦେହ ଜବତ କରାଯାଇଥିବା ବେଳେ ବନ୍ୟାରେ ମୃତ୍ୟୁ ସଂଖ୍ୟା ୪୦କୁ ବୃଦ୍ଧି ପାଇଛି। ଏହି ବନ୍ୟାରେ ଏବେ ବି ୭୬ ଜଣ ଲୋକ ନିଖୋଜ ଅଛନ୍ତି, ଯେଉଁମାନଙ୍କୁ ଖୋଜାଖୋଜି କରାଯାଉଛି।ସିକ୍କିମ୍ ରାଜ୍ୟ ବିପର୍ୟ୍ୟୟ ପରିଚାଳନା ପ୍ରାଧିକରଣ ମୁତାବକ, ଅଧିକାଂଶ ମୃତଦେହ ପାକୟୋଙ୍ଗ୍ ଜିଲ୍ଲାରେ ଜବତ କରାଯାଇଛି।
ଏହି ଜିଲ୍ଲାରୁ ଏ ପର୍ୟ୍ୟନ୍ତ ୨୬ଟି ମୃତଦେହ ମିଳିଛି। ସେମାନଙ୍କ ମଧ୍ୟରେ ୧୫ ଜଣ ସାଧାରଣ ନାଗରିକ ହୋଇଥିବା ବେଳେ ୧୧ ଜଣ ହେଉଛନ୍ତି ସେନାର ଯବାନ। ସେପଟେ ୪ ମୃତଦେହ ମଙ୍ଗନ, ୮ ଗାଙ୍ଗ୍ଟକ୍ ଏବଂ ଦୁଇଟି ନାମଚିରୁ ଉଦ୍ଧାର ହୋଇଛି।