ଭୁବନେଶ୍ୱର (ଆମ ଟିଭି): ସବୁଠି ଅର୍ଚ୍ଚନା ନାଗଙ୍କୁ ନେଇ ଚର୍ଚ୍ଚା । ଇଡି ଏହି ମାମଲାର ତଦନ୍ତ କରିବା ଠାରୁ ସମସ୍ତେ ଥର ହର ହେଉଛନ୍ତି । ୨୦୧୭ ପରଠାରୁ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଆକାଉଣ୍ଟରେ ଦେଢ଼କୋଟି ଟଙ୍କା ଜମା ହୋଇଛି। କେବଳ ଖଗେଶ୍ୱରଙ୍କ ୫ଟି ଆକାଉଣ୍ଟରୁ ୫୦ ଲକ୍ଷ ଠାବ ହୋଇଛି। ବିଭିନ୍ନ ଜିଲ୍ଲାରୁ ଲକ୍ଷେ, ଦି’ ଲକ୍ଷ, ପାଞ୍ଚ ଲକ୍ଷ, ଦଶ ଲକ୍ଷ ଟଙ୍କା ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ଆସିଛି। ତାହା କିଏ ଦେଇଛନ୍ତି, କେଉଁ ନେତା, ମନ୍ତ୍ରୀ ଏଥିରେ ସାମିଲ ଅଛନ୍ତି ବି ବୋଲି ପ୍ରଶ୍ନ ଛିଡ଼ା ହୋଇଛି।
ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗର ବିଜନେସ ପାର୍ଟନର ଖଗେଶ୍ୱର ପାତ୍ରଙ୍କୁ ବାନ୍ଧିବା ପରେ ୧୦ ଦିନ ରିମାଣ୍ଡରେ ଆଣି ଘାଣ୍ଟୁଛି ଇଡି। ଗତକାଲିଠୁ ଖଗେଶ୍ୱରଙ୍କୁ ଜେରା ଆରମ୍ଭ କରି ଇଡି ବହୁ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆଣିଛି। ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଆକାଉଣ୍ଟରେ ଦେଢ଼କୋଟି ଟଙ୍କା ଜମା ହୋଇଥିବା ତଥ୍ୟ ପାଇଛି ଇଡି। ଖଗେଶ୍ୱରଙ୍କ ତଥ୍ୟର ସତ୍ୟାସତ୍ୟ ଜାଣିବା ପାଇଁ ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ରିମାଣ୍ଡରେ ଆଣି ତାଙ୍କ ସହ ମୁହାଁମୁହିଁ ଜେରା କରିବାକୁ ଇଡି ଯୋଜନା କରୁଥିବା ସୂଚନା ମିଳିଛି।