ସିନ୍ଦେଙ୍କୁ ମିଳିଲା ଖଣ୍ଡା ଓ ଢାଲର ଚିହ୍ନ

0

ନୂଆଦିଲ୍ଲୀ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ଶିବସେନାକୁ ଦୁଇ ଖଣ୍ଡା ଓ ଢାଳ ଚିହ୍ନ ମିଳିଛି। ଏହି ଚିହ୍ନରେ ତାଙ୍କ ଦଳ ନଭେମ୍ବର ୩ରେ ଅନୁଷ୍ଠିତ ହେବାକୁ ଥିବା ଅନ୍ଧେରୀ ଇଷ୍ଟ ଉପ ନିର୍ବାଚନ ଲଢ଼ିବ। ଦିନକ ପୂର୍ବରୁ ସିନ୍ଦେଙ୍କ ଗୋଷ୍ଠୀଙ୍କୁ ନୂଆ ରାଜନୀତିକ ଦଳର ନାଁ ମିଳିଥିଲା। ସିନ୍ଦେଙ୍କ ଶିବସେନା ବାଲାସାହେବଚି ଶିବସେନା ବା ବାଲାସାହେବଙ୍କ ଶିବସେନା ନାଁ ପାଇଛି।

ନିର୍ବାଚନ କମିଶନ ଗୋଟିଏ ଚିଠିରେ କହିଛନ୍ତି, ସିନ୍ଦେଙ୍କ ପକ୍ଷରୁ ଢାଲ ତଲୱାର ଚିହ୍ନ ପାଇଁ ଆବେଦନ କରାଯାଇଥିଲା। ହେଲେ ଏହା ତାଲିକାରେ ନଥିଲା। ଦୁଇଟି ଖଣ୍ଡା ଓ ଗୋଟିଏ ଢାଲ ପୂର୍ବରୁ ପିପୁଲ୍ସ ଡେମୋକ୍ରାଟିକ ମୁଭମେଣ୍ଟର ଦଳୀୟ ଚିହ୍ନ ରହିଥିଲା। କିନ୍ତୁ ଏହା ୨୦୦୪ରେ ରାଜନୀତିକ ଦଳର ମାନ୍ୟତା ହରାଇଥିଲା।

ଏବେ ସିନ୍ଦେ ଗୋଷ୍ଠୀ ୧୧.୧୦.୨୦୨୨ରେ କରିଥିବା ଅନୁରୋଧକୁ ଆଧାର କରି ନିର୍ବାଚନ କମିଶନ ଦୁଇଟି ଖଣ୍ଡା ଓ ଗୋଟିଏ ଢାଲକୁ ଫ୍ରି ଚିହ୍ନ ତାଲିକାରେ ସାମିଲ କରିଛନ୍ତି। ଏଥିସହ ବିବାଦର ସମାଧାନ ନ ହେବା ଯାଏ ଏହି ଚିହ୍ନକୁ ବ୍ୟବହାର କରିବା ପାଇଁ ସିନ୍ଦେଙ୍କ ଶିବସେନାକୁ ଅନୁମତି ଦିଆଯାଉଛି ବୋଲି କମିଶନ କହିଛନ୍ତି।

Leave A Reply

Your email address will not be published.