ନୂଆଦିଲ୍ଲୀ (ଆମ ଟିଭି): ମହାରାଷ୍ଟ୍ରରେ ସିନ୍ଦେ ସରକାର ଗଠନ ହେବା ପରଠାରୁ ରାଜନୈତିକ ସ୍ଥିତି ଠିକଠାକ୍ ରହୁନାହିଁ । ଏହାରି ଭିତରେ ମହାରାଷ୍ଟ୍ର ମାମଲାରେ ସୁପ୍ରିମ ଫଇସଲା ସାମ୍ନାକୁ ଆସିଛି । ମହାରାଷ୍ଟ୍ରରେ ପୁଣି ରାଜ୍ କରିବ ଏକନାଥ ସିନ୍ଦେଙ୍କ ସରକାର । ରାଜନୈତିକ ବିଦ୍ରୋହକୁ ନେଇ ସୁପ୍ରିମକୋର୍ଟ ରାୟ ପ୍ରକାଶ କରିଛନ୍ତି। ହେଲେ ଏହା ଚୂଡାନ୍ତ ନିଷ୍ପତ୍ତି ନୁହେଁ ଏହି ମୁଦ୍ଦା ବଡ଼ ବେଞ୍ଚକୁ ଯିବ। ବିନା ବହୁମତ ସାବ୍ୟସ୍ତ କରି ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବାରୁ ଉଦ୍ଧବ ସରକାର ଆଉ ଥରେ ଶାସନକୁ ଫେରିବା ସମ୍ଭବ ନୁହେଁ ବୋଲି ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି ।
ତେବେ ରାଜ୍ୟପାଳ ସେତେବେଳେ ବହୁମତ ସାବ୍ୟସ୍ତ ପାଇଁ କହିବା ଭୁଲ ନିଷ୍ପତ୍ତି ଥିଲା ବୋଲି କହିଛନ୍ତି ସୁପ୍ରିମକୋର୍ଟ। ସେହିପରି ସିନ୍ଦେ ଗୋଷ୍ଠୀର ବିଦ୍ରୋହୀ ବିଧାୟକଙ୍କ ସଦସ୍ୟତା ରଦ୍ଦ ନେଇ ହୋଇଥିବା ଆବେଦନର ଶୁଣାଣି ୭ ଜଣିଆ ବଡ଼ ବେଞ୍ଚ କରିବେ।