ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ କମିଟି ବୈଠକରେ ୧୧ ପ୍ରକଳ୍ପକୁ ମିଳିଲା ମଂଜୁରୀ; ୩୮୧୭ ଜଣଙ୍କୁ ମିଳିବ ନିଯୁକ୍ତି
ଭୁବନେଶ୍ବର(ଆମ ଟିଭି): ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ କମିଟି ବୈଠକରେ ୧୧ ପ୍ରକଳ୍ପକୁ ମିଳିଲା ମଂଜୁରୀ ଦେଲେ ରାଜ୍ୟ ସରକାର। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୧୧ ପ୍ରକଳ୍ପ ପାଇଁ ମୋଟ ୨୨୫୩.୧୫ କୋଟି ଟଙ୍କା ନିବେଶ ହେବ ବୋଲି ସ୍ଥିର କରାଯାଇଛି। ଏଥିରେ ୩୮୧୭ ଜଣ ନିଯୁକ୍ତି ପାଇବେ। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ତେବେ ପ୍ରକଳ୍ପକୁ ସଫଳ ରୂପ ଦେବା ପାଇଁ ମୁଖ୍ୟ ଶାସନ ଶ୍ରୀ ମହାପାତ୍ର ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ କମିଟି ଆଲୁମିନିୟମ, ଷ୍ଟିଲ, ଖାଦ୍ୟ ପ୍ରଶସ୍ତିକରଣ, ଭିତ୍ତିଭୂମି, ତୈଳ ଓ ଗ୍ୟାସ, ଆଇଟି ଓ ଇଲେକ୍ଟ୍ରୋନିକ୍ସ ସିଷ୍ଟମ ଡିଜାଇନ୍ ଏବଂ ଉତ୍ପାଦନ କ୍ଷେତ୍ରକୁ ଗୁରୁତ୍ବ ଦେଇଛି। ସୁନ୍ଦରଗଡ଼ରେ ଆଇରନ୍ ୱର୍ ପ୍ଲାଣ୍ଟ ପାଇଁ ୫୩୩ କୋଟି ଟଙ୍କା ନିବେଶ ହେବ। ଏଥିରେ ୧୦୨୯ ଜଣଙ୍କୁ ନିଯୁକ୍ତି ମିଳିବ। ସୁନ୍ଦରଗଡ଼ରେ ଫରୋ ଆଲାୟଜ୍ ପ୍ଲାଣ୍ଟ ହେବ। ୫୨୦ କୋଟି ଟଙ୍କାର ପ୍ରକଳ୍ପରେ ୬୦୦ ଲୋକଙ୍କୁ ନିଯୁକ୍ତି ମିଳିବ। କେନ୍ଦୁଝରରେ କଲର କୋଟେଡ ଟିଏମ୍ଟି ପ୍ଲାଣ୍ଟରେ ମଧ୍ୟ ୬୦୦ ଲୋକଙ୍କୁ ନିଯୁକ୍ତି ମିଳିବ, ଯେଉଁ ପ୍ରକଳ୍ପରେ ୧୭୫ କୋଟି ଟଙ୍କା ବିନିଯୋଗ ହେବ।