ଅହମ୍ମଦାବାଦ (ଆମ ଟିଭି): ଗୁଜୁରାଟ ବିଧାନସଭା ନିର୍ବାଚନରେ ରେକର୍ଡ ବିଜୟ ହାସଲ କରିଛି ବିଜେପି । ବିଜେପି ପୂର୍ବଥରର ସମସ୍ତ ରେକର୍ଡ ଭାଙ୍ଗି ଏଥର ୧୫୦ ରୁ ଅଧିକ ଆସନ ଜିତିବାରେ ସଫଳ ହୋଇଛି । ଏହି କ୍ରମରେ ଗୁଜରାଟରେ କ୍ରମାଗତ ଭାବେ ସପ୍ତମଥର ପାଇଁ ସରକାର ଗଠନ କରିବାକୁ ଯାଉଛି ବିଜେପି । ଏହି କ୍ରମରେ ବିଜେପିର ରାଜ୍ୟ ଅଧ୍ୟକ୍ଷ ସିଆର ପାଟିଲ ଘୋଷଣା କରିଛନ୍ତି କି ଡିସେମ୍ବର ୧୨ ତାରିଖରେ ଶପଥଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଏହାସହ ଏବେ ମୁଖ୍ୟମନ୍ତ୍ରୀ ଥିବା ଭୂପେନ୍ଦ୍ରଭାଇ ପଟେଲ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।
ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ସିଆର ପାଟିଲ କହିଛନ୍ତି କି ଡିସେମ୍ବର ୧୨ ତାରିଖ ଦିନ ୨ ଟା ବେଳେ ଶପଥଗ୍ରହଣ ସମାରୋହ ହୋବ । ଏଥିରେ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ରଭାଇ ପଟେଲ ଶପଥ ନେବେ । ଏହି ଶପଥଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ସହ ଦଳର ଅନ୍ୟ ବରିଷ୍ଠ ନେତାମାନେ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି । ସେପଟେ ସିଆର ପାଟିଲ କହିଛନ୍ତି କି ସରକାର କଂଗ୍ରେସ ପାର୍ଟିକୁ ବିରୋଧୀ ଭାବେ ଗ୍ରହଣ କରିବ ।