ଏପ୍ରିଲ ୩ ଯାଏ ଜେଲରେ ରହିବେ ସିସୋଦିଆ

0

ନୂଆଦିଲ୍ଲୀ: ବଢ଼ିଲା ଅବଧି। ଏପ୍ରିଲ ୩ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ଗଲେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ରାଉସ୍ ଆଭେନ୍ୟୁ କୋର୍ଟ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଏପ୍ରିଲ ୩ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଏବେ ଏପ୍ରିଲ ୩ପର୍ଯ୍ୟନ୍ତ ସିସୋଦିଆ ତିହାର ଜେଲରେ ରହିବେ।

ଅବକାରୀ ଦୁର୍ନୀତି ମାମଲାରେ ଆଜି ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧି ଶେଷ ହୋଇଥିବା ବେଳେ ତାଙ୍କୁ ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର କରିଥିଲା ସିବିଆଇ। ହାଜର କରି ତଦନ୍ତ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ଅଛି ବୋଲି କହି ସିବିଆଇ ଆହୁରି ୧୪ଦିନ ପାଇଁ ସିସୋଦିଆଙ୍କୁ ହେପାଜତକୁ ନେବା ପାଇଁ କୋର୍ଟରୁ ଅନୁମତି ମାଗିଥିଲା। ଏବେ କୋର୍ଟ ସିବିଆଇକୁ ଏପ୍ରିଲ ୩ପର୍ଯ୍ୟନ୍ତ ସିସୋଦିଆଙ୍କୁ ହେପାଜତକୁ ନେବା ପାଇଁ ଅନୁମତି ଦେଇଛନ୍ତି। ଏହା ସହ ଏପ୍ରିଲ ୩ରେ ଭର୍ଚୁଆଲି ହାଜର ହେବାକୁ ଚାହୁଁଥିଲେ ଏଥିପାଇଁ ଆବେଦନ କରିବାକୁ କୋର୍ଟ ସି‌ସୋଦିଆଙ୍କୁ କହିଛନ୍ତି।

Leave A Reply

Your email address will not be published.