ବିଜେପିରେ ସାମିଲ ହେଲେ ସୀତା ସୋରେନ
ବିଜେପିରେ ସାମିଲ ହେଲେ ଜେଏମ୍ଏମ୍(ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା)ର ପ୍ରମୁଖ ଶିବୁ ସୋରେନ୍ଙ୍କ ବଡ ବୋହୂ ସୀତା ସୋରେନ୍। କିଛି ସମୟ ପୂର୍ବେ ସେ ଜେଏମ୍ଏମ୍ର ପଦ ଓ ପ୍ରାଥମିକତା ସଦସ୍ୟରୁ ଇସ୍ତଫା ଦେଇଥିବା ନେଇ ଘୋଷଣା କରିଥିଲେ। ଏହାର ତୁରନ୍ତ ପରେ ସେ ବିଜେପିରେ ସାମିଲ ହୋଇଛନ୍ତି।
ଝାଡଖଣ୍ଡ ବିଜେପିର ପ୍ରଦେଶ ପ୍ରଭାରୀ ତଥା ରାଜ୍ୟସଭା ସାଂସଦ ଲକ୍ଷ୍ମୀକାନ୍ତ ବାଜପେୟୀ ଓ ରାଷ୍ଟ୍ରୀୟ ମହାସଚିବ ବିନୋଦ ତାବଡେଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ସୀତା ସୋରେନ୍ ବିଜେପିରେ ସାମିଲ ହୋଇଛନ୍ତି। ଆଗକୁ ସେ ବିଜେପି ଟିକେଟ୍ରେ ଲୋକସଭା ନିର୍ବାଚନ ଲଢ଼ି ପାରନ୍ତି ବୋଲି କୁହାଯାଉଛି।