କଟକ ବଡ଼ ମେଡିକାଲରେ ଅବ୍ୟବସ୍ଥା: ବିଭିନ୍ନ ୱାର୍ଡକୁ ଆସୁନି ପାଣି

0

କଟକ(ଆମ ଟିଭି): ପୁଣି ପଦାରେ ପଡ଼ିଲା ବଡ଼ ମେଡ଼ିକାଲର ବିକଳ ସ୍ୱାସ୍ଥ୍ୟବସ୍ଥା । ଦିନକୁ ଦିନ କଟକ ବଡ଼ ମେଡିକାଲରେ ଗୋଟିଏ ପରେ ଗୋଟିଏ ସମସ୍ୟା ଦେଖିବାକୁ ମିଳୁଛି । ବଡ଼ ମେଡିକାଲରେ ବିଦ୍ୟୁତ୍ ସମସ୍ୟା ପରେ ଏବେ ପାଣି ସମସ୍ୟା ଦେଖିବାକୁ ମିଳିଛି । ଗତକାଲି ରାତିରୁ ମେଡିକାଲର ବିଭିନ୍ନ ୱାର୍ଡକୁ ଜଳ ଯୋଗାଣ ଠପ୍ ହୋଇଯାଇଛି । ଶୌଚାଳୟକୁ ପାଣି ଆସୁନଥିବାରୁ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ହନ୍ତସନ୍ତ ହେଉଛନ୍ତି ।

ଆଜି ସକାଳେ କିଛି ୱାର୍ଡକୁ ପାଣି ଆସିଥିଲେ ମଧ୍ୟ ତାହା ଯଥେଷ୍ଟ ହେଉନାହି । ଶନିବାରଠାରୁ ବଡ଼ ମେଡିକାଲରେ ବିଦ୍ୟୁତ୍ ବିଭ୍ରାଟ ଦେଖିବାକୁ ମିଳିଥିଲା । ଗତକାଲି ରାତି ପର୍ୟ୍ୟନ୍ତ ସମସ୍ୟାର ସମାଧାନ ହୋଇପାରିନଥିଲା । ବିଭିନ୍ନ ୱାର୍ଡରେ ଲାଇନ୍ ନଥିବାରୁ ରୋଗୀ ହନ୍ତସନ୍ତ ହୋଇଥିଲେ ।

 

Leave A Reply

Your email address will not be published.