ଜାମ୍ମୁ-କାଶ୍ମୀରର ପରିସ୍ଥିତି ଗାଜା ଭଳି ହୋଇପାରେ: ଫାରୁକ ଅବଦ୍ଦୁଲା

0

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବଢିବାରେ ଲାଗିଛି । ପୁଂଛରେ ଆତଙ୍କବାଦୀ ଆକ୍ରମଣ ପରେ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସର ମୁଖ୍ୟ ଫାରୁକ ଅବଦ୍ଦୁଲା ଏକ ବଡ ବୟାନ ଦେଇଛନ୍ତି । ସେ ଭାରତ ଓ ପାକିସ୍ତାନକୁ ନେଇ ଓକିଲାତି କରିଛନ୍ତି । ସେ କହିଛନ୍ତି କି, ଯଦି ଭାରତ ଓ ପାକିସ୍ତାନ ମଧ୍ୟରେ ଶାନ୍ତି ଆଲୋଚନା ନ ହୁଏ ତେବେ ଜାମ୍ମୁ-କାଶ୍ମୀରର ପରିସ୍ଥିତି ଗାଜା ଭଳି ହୋଇପାରେ । ଯଦି ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ନ କରାଯାଏ ତେବେ ଏଠିକାର ସ୍ଥିତି ଗାଜା ଭଳି ହୋଇପାରେ।

ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଫାରୁକ ଅବ୍ଦୁଲ୍ଲା କହିଛନ୍ତି କି ଭାରତ ଓ ପାକିସ୍ତାନ ମଧ୍ୟରେ ଜାମ୍ମୁ-କାଶ୍ମୀରକୁ ନେଇ ଥିବା ବିବାଦ ଆଲୋଚନା ମାଧ୍ୟମରେ ସମାଧାନ ହେବା ଆବଶ୍ୟକ । ନହେଲେ କାଶ୍ମୀରର ସ୍ଥିତି ଗାଜା ଓ ପାଲେଷ୍ଟାଇନ ଭଳି ହୋଇପାରେ । ସେ ଗତ ସପ୍ତାହରେ ପୁଂଛ ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ଏଭଳି ବୟାନ ଦେଇଛନ୍ତି ।

Leave A Reply

Your email address will not be published.