ସ୍ଥିତି ଭଲ ଆଡ଼କୁ ଗତି କରୁଛି: ପୋଲିସ ଡିଜି

0

ସମ୍ବଲପୁର (ଆମ ଟିଭି): ଉତ୍ତେଜନା ଭିତରେ ଆଜି ସମ୍ବଲପୁରରେ ପହଞ୍ଚିଛନ୍ତି ପୋଲିସ ଡିଜି । ସେଠାରେ ପହଞ୍ଚିବା ପରେ ସେ କହିଲେ, ସ୍ଥିତି ଭଲ ଆଡକୁ ଗତି କରୁଛି । ହେଲେ କର୍ଫ୍ୟୁ ବଳବତ୍ତର ରହିବ । ଇଣ୍ଟରନେଟ ସେବା ବି ବନ୍ଦ ରହିବ । ପୋଲିସ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି । ଉତେଜନା ଭିତରେ ଆଜି ସମ୍ବଲପୁରରେ ପହଂଚିଛନ୍ତି ପୁଲିସ ଡିଜି । ପୋଲିସ ଡିଜି ସୁନୀଲ ବଂଶଲ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସମ୍ବଲପୁର ଯାଇଛନ୍ତି । ତାଙ୍କ ସହ ଆଇନଶୃଂଖଳା ଏଡିଜି ରାଧାକ୍ରିଷ୍ଣ ଶର୍ମା, ଗୁଇନ୍ଦା ଏଡିଜି ସଞ୍ଜିବ ପଣ୍ଡା ଡିଜିଙ୍କ ସହ ସମ୍ବଲପୁର ଯାଇଛନ୍ତି । ସେଠାରେ ସ୍ଥିତିର ସମୀକ୍ଷା କରିବା ସହ ଏବଂ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଡିଜିପି । କେମିତି ସହରରେ ସ୍ୱାଭାବିକ ସ୍ଥିତି ଫେରିବ ସେ ନେଇ ଆଲୋଚନା କରିଛନ୍ତି ।

ସେପଟେ ସମ୍ବଲପୁର ସହରରେ କଫ୍ର୍ରୁ୍ୟ ଭିତରେ କଟକଣାକୁ କୋହଳ କରିଛି ପ୍ରଶାସନ । ସାଧାରଣ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପୂର୍ବ ଘୋଷଣା ଅନୁସାରେ, କଟକଣାକୁ ୨ଘଂଟା କୋହଳ କରିଛି ପ୍ରଶାସନ । ଅପରାହ୍ଣ ସାଢ଼େ ୩ଟାରୁ ସନ୍ଧ୍ୟା ସାଢ଼େ ୫ଟା ପର୍ୟ୍ୟନ୍ତ କଟକଣା କୋହଳ କରାଯାଇଛି । ଏହି ସମୟରେ ସାଧାରଣ ଲୋକ ଘରୁ ପଦାକୁ ବାହାରି ସେମାନଙ୍କ ଆବଶ୍ୟକ ଜିନିଷ କିଣିପାରିବେ ଏବଂ ଜରୁରୀ କାର୍ୟ୍ୟ କରିପାରିବେ । ତେବେ ଏହି ସମୟରେ ଯେମିତି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ, ତା ଉପରେ ସତର୍କ ନଜର ରଖିଛି ପୋଲିସ ପ୍ରଶାସନ । ସାଧାରଣ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କର୍ଫ୍ୟୁ ସମୟରେ, ଦିନକୁ ଦୁଇଥର କଟକଣା କୋହଳ ହେବ ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

 

Leave A Reply

Your email address will not be published.