ସୁଟିଂ ସେଟ୍ ରେ ୬ ପ୍ରଯୋଜକ ଏକାଠି

0

ସୁଟିଂ ଚାଲିଥିଲା ” ତୁ ସେଇ ନୀଳନୟନା”ର ସୁଟିଂ । ଯେଉଁଥିରେ ଦୃଶ୍ୟ ଥିଲା ନାୟକ ସମ୍ବିତ ଓ ନାୟିକା ଲିପିକା ଙ୍କ ପ୍ରେମ ଜୀବନ କୁ ନେ଼ଇ ଏକ ପୁସ୍ତକ” ନୀଳନୟନା”ର ପୁସ୍ତକ ଉନ୍ମୋଚନ ଉତ୍ସବର । ଏଇଠୁ ଆରମ୍ଭ ହୁଏ କାହାଣୀ ଅଭିନେତା ସମ୍ବିତ ତାଙ୍କ ଜୀବନର ନୀଳନୟନା ଲିପିକାଙ୍କ ଦେଖା ଠାରୁ … ସୁଖମୟ ଜୀବନ ଓ ଘାତ ପ୍ରତିଘାତ ସମ୍ପର୍କରେ ବଖାଣି ବସନ୍ତି । ସାମ୍ବାଦିକଙ୍କ ପ୍ରଶ୍ନ ଓ ଉତ୍ତର ଓ ପ୍ରେମ କାହାଣୀ ର ବ୍ୟାଖା ରେ ଚଳଚ୍ଚିତ୍ର ଟି ଗତିଶୀଳ ହୁଏ । ଏକ ଗୁରୁତ୍ୱପୂର୍ଣ୍ଣ ଦୃଶ୍ୟରେ ଅଭିନେତା ବରଦା ସଂଯୋଜନାରେ ପୁସ୍ତକ ଉନ୍ମୋଚନ ଉତ୍ସବ ହେଉଥିଲା । ଏଥିରେ ପ୍ରଥମ ଥର ପାଇଁ ଓଡ଼ିଶାର ବରିଷ୍ଠ ପ୍ରଯୋଜକ ସଚ୍ଚିକାନ୍ତ ଜେନା, ବିନି ପଟ୍ଟନାୟକ, କଲ୍ୟାଣ ବାରିକ, ପ୍ରଣୟ ଜେଠୀ, ଜ୍ଞାନ ରଞ୍ଜନ ମାର୍ଥା ଓ ସରୋଜ ନାଥ ଅତିଥି ଭାବେ ଯୋଗ ଦେଇଥିଲେ। ଏକାଠି ୬ ଜଣ ପ୍ରଯୋଜକ ଙ୍କ ଅଭିନୟ ଓଡ଼ିଆ ଚଳଚ୍ଚିତ୍ର ପାଈଁ ପ୍ରଥମ । ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଯୁବ ନିର୍ଦ୍ଦେଶକ ତ୍ରିପତି ସାହୁ । ଏହା ନୁଆବର୍ଷ ଅବସରରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ପ୍ରକାଶ ।

Leave A Reply

Your email address will not be published.