ଆତ୍ମସମର୍ପଣ କଲେ ୬୦ ମାଓବାଦୀ
ମାଲକାନଗିରି(ଆମ ଟିଭି): ଆତ୍ମସମର୍ପଣ କଲେ ୬୦ ମାଓବାଦୀ। ଆନ୍ଧ୍ରପଦେଶର ଆଲୁଲି ସୀତାରାମାରାଜୁ ଜିଲ୍ଲା ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ମାଓବାଦୀ । ଏଥିରେ ୮ ଜଣ ମହିଳା ମଧ୍ୟ ଅଛନ୍ତି। ମାଓବାଦୀମାନେ ପାଦାବାୟଲୁ ଏବଂ କୋରକୋଣ୍ଡା ଏରିଆ କମିଟିର ସଚିବ ଅଶୋକର ସହଯୋଗୀ ଥିଲେ। ଏହି ୬୦ ଜଣ ଅଶୋକ ଅଧୀନରେ କାମ କରୁଥିଲେ।
ଅଶୋକକୁ ପୁଲିସ ଗିରଫ କରିବା ପରେ ଏହି ମାଓବାଦୀମାନେ ନିଜକୁ ସୁରକ୍ଷିତ ମଣିନଥିଲେ। ଏମାନେ ମଧ୍ୟ ଆନ୍ଧ୍ର ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ଆଲୁର ସୀତାରାମାରାଜୁ ଜିଲ୍ଲାର ଏସ.ସତୀଶ କୁମାର, ଡିଆଇଜି ଏସ.ହରିକ୍ରିଷ୍ଣା, ୧୯୮ ସିଆରପିଏଫ ବାଟାଲିୟନର କମାଣ୍ଡାଣ୍ଟ କବିନ୍ଦ୍ର କୁମାର ଚାନ୍ଦ, ୨୩୪ ସିଆରପିଏଫ ବାଟାଲିୟନର କମାଣ୍ଡାଣ୍ଟ ସଂଜୀବ କୁମାର ଦ୍ବିବେଦୀ ପ୍ରମଖଙ୍କ ସମ୍ମୁଖରେ ଏହି ୬୦ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ।