ସି.ଭି.ରମଣ ଗ୍ଲୋବାଲ୍ ୟୁନିଭରସିଟି ଏବଂ ବଜାଜ୍ ଅଟୋ ଲିମିଟେଡ଼ ର ମିଳିତ ସ‌ହ‌ଯୋଗରେ ଆରମ୍ଭ ହେଲା ଦକ୍ଷତା ବିକାଶ କେନ୍ଦ୍ର*

0

ଭୁବନେଶ୍ବରରେ ଥିବା ସି. ଭି. ରମଣ ଗ୍ଲୋବାଲ୍ ୟୁନିଭରସିଟି ଏବଂ ବଜାଜ ଅଟୋ ଲିମିଟେଡ୍ ର ମିଳିତ ସ‌ହ‌ଯୋଗରେ ବିଶ୍ବବିଦ୍ୟାଳୟ ପରିସରରେ ବଜାଜ୍ ଇଞ୍ଜିନିୟରିଂ ସ୍କୁଲ୍ ଟ୍ରେନିଂ (ବେଷ୍ଟ) କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ।

ଆଧୁନିକ ଟେକ୍ନୋଲୋଜିର ପ୍ରୟୋଗ ଫଳରେ ଉଭୟ ଶିଳ୍ପ ଉତ୍ପାଦନ ଏବଂ ସେବା କ୍ଷେତ୍ରରେ ସାରା ବିଶ୍ବରେ ଆଜି ବ୍ୟାପକ ପରିବର୍ତ୍ତନ ଆସିଛି। ତେଣୁ ବର୍ତ୍ତମାନର ଚାହିଦା ଅନୁଯାୟୀ ଯୁବପିଢ଼ିଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ନୂଆ ରୂପ ଦେବା ଜରୁରୀ ହୋଇପଡ଼ିଛି । ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ ବିଶ୍ବବିଦ୍ୟାଳୟ ପରିସରରେ ବଜାଜ୍ ଇଞ୍ଜିନିୟରିଂ ସ୍ମିଲ୍ ଟ୍ରେନିଂ (ବେଶ) କେନ୍ଦ୍ର ପ୍ରତିଷ୍ଠା ହୋଇଛି | ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବ୍ୟବହାରିକ କୌଶଳ ବୃଦ୍ଧି ପାଇଁ ଏହି ଅତ୍ୟାଧୁନିକ ଲାବୋରେଟୋରୀ ପ୍ରତିଷ୍ଠା କରାଯାଇଛି, ଯାହା ଛାତ୍ରଛାତ୍ରୀ ମାନଙ୍କୁ ଭବିଷ୍ୟତରେ ଉତ୍ପାଦନ କ୍ଷେତ୍ରରେ ନିଯୁକ୍ତିରେ ସହାୟତା କରିବ।

 

ଚେଷ୍ଟ କାର୍ଯ୍ୟକ୍ରମ, ବଜାଜ ଅଟୋ ଲିମିଟେଡର ଏକ ଫ୍ଲାଗସିପ୍ ସିଏସଆର ବା କର୍ପୋରେଟ୍ ସାମାଜିକ ପଦକ୍ଷେପ ଯାହା ଟାୟାର୍ ୨, ଟାୟାର୍ ୩ ଇଞ୍ଜିନିୟରିଂ ଏବଂ ଡିପ୍ଲୋମା କଲେଜର ଛାତ୍ରଛାତ୍ରୀ ମାନଙ୍କୁ ଅତ୍ୟାଧୁନିକ ଦକ୍ଷତା ଟ୍ରେନିଂ ସହିତ ସେମାନଙ୍କୁ ଦକ୍ଷ ଏବଂ ସଫଳ ନିଯୁକ୍ତି ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖୁଛି | ଏହି ପଦକ୍ଷେପ ସାମାଜିକ ତଥା ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ ବିଭାଗର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉପଲବ୍ଧ ହେବ ଓ ଯୋଗ୍ୟ ଛାତ୍ରଛାତ୍ରୀ ମାନେ ଛାତ୍ରବୃତ୍ତି ମଧ୍ୟ ପାଇପାରିବେ ।

 

ଏହି କାର୍ଯ୍ୟକ୍ରମରେ ବଜାଜ ଅଟୋ ଲିମିଟେଡର ଉପସଭାପତି (ସିଏସଆର) ଶ୍ରୀ ସୁଧାକର ଗୁଡିପତି, ଉପସଭାପତି (ମାନବ ସମ୍ବଳ) ଶ୍ରୀ ସବ୍ୟସାଚୀରାୟ, ହେଜ ସ୍ମିଲିଂ ଶ୍ରୀଭି ରମେଣ ଙ୍କ ସହ ସିଭି ରମଣ ଗ୍ଲୋବାଲ୍ ୟୁନିଭରସିଟି, ଓଡିଶାର ପ୍ରତିଷ୍ଠାତା ତଥା ସଭାପତି ଶ୍ରୀ ସଞ୍ଜୀବ କୁମାର ରାଉତ ଏବଂ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ |

 

ଶ୍ରୀ ରାଉତ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯକ୍ରମ ଉପରେ ଆଲୋକପାତ କରି କହିଛନ୍ତି, ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ବସ୍ତରୀୟ ଶିକ୍ଷା ତଥା ହ୍ୟାଣ୍ଡସ-ଅନ ଟ୍ରେନିଂ ଯୋଗାଇବା ପାଇଁ ଆମର ପ୍ରତିବଦ୍ଧତା ଆଜି ଏକ ନୂତନ ଅଧ୍ୟାୟରେ ପହଞ୍ଚିଛି । ଏହି ଦକ୍ଷତା ବିକାଶ କେନ୍ଦ୍ର ଛାତ୍ରଛାତ୍ରୀଙ୍କ ପାଇଁ ନୂତନତ୍ୱ ଏବଂ ଉତ୍କର୍ଷର ଆଲୋକ ଭାବରେ କାର୍ଯ୍ୟ କରିବା ସହିତ ଭବିଷ୍ୟତରେ ବିକାଶଶୀଳ ଶିଳ୍ପ କ୍ଷେତ୍ରକୁ ଆଖି ଆଗରେ ରଖ୍ ଛାତ୍ରଛାତ୍ରୀଙ୍କୁ ଅଧିକ ଉତ୍କର୍ଷ କରିବାକୁ ଏହିପରି ଯୋଜନା କରାଯାଇଛି ବୋଲି ଦର୍ଶାଇଥିଲେ l

ଶ୍ରୀ ଗୁଡିପତି କହିଛନ୍ତି, ସି ଭି ରମଣ ଗ୍ଲୋବାଲ୍ ୟୁନିଭରସିଟି ଏବଂ ବଜାଜ ଅଟୋ ଲିମିଟେଡ୍ ର ମିଳିତ ସ‌ହ‌ଯୋଗରେ ଆରମ୍ଭ ହୋଇଥିବା ଏହି ଦକ୍ଷତା ବିକାଶ କେନ୍ଦ୍ର ପାଇଁ ଆମେ ଗର୍ବିତ।

ଶ୍ରୀ ରାୟ କହିଛନ୍ତି, ” ଦକ୍ଷତା ବିକାଶ ଏବଂ ଭାରତୀୟ ଯୁବକମାନଙ୍କୁ ସଶକୁ କରିବା ପାଇଁ ବଜାଜର ଏହା ଏକ ନୂତନ ପଦକ୍ଷେପ। ବଜାଜ ର ମିଳିତ ସହଯୋଗରେ ସି ଭି ରମଣ ଭଳି ଅନ୍ୟାନ୍ୟ ବିଶ୍ବବିଦ୍ୟାଳୟ ମାନଙ୍କରେ ଏହି ଭଳି ଦକ୍ଷତା ବିକାଶ କେନ୍ଦ୍ର କରାଯିବ ଏବଂ ଶିଳ୍ପକ୍ଷେତ୍ରର ଉନ୍ନତି ପାଇଁ ଆଗାମୀ ପିଢୀ ର ଇଞ୍ଜିନିୟରମାନଙ୍କୁ ସଶକ୍ତ କରିବା ପାଇଁ ସ୍ଥିର କରାଯାଇଛି।

Leave A Reply

Your email address will not be published.